Pratidin TV

Odisha's Digital News Platform

ଇସଲାମକୁ ଅପମାନ: ନୂପୂର, ନବୀନ ଓ ସବା ନକଭିଙ୍କ ନାମରେ ମାମଲା ରୁଜୁ

1 min read

ନୂଆଦିଲ୍ଳୀ: ପ୍ରଫେଟ୍ ମହମ୍ମଦଙ୍କ ନାମରେ ଅଶ୍ଲୀଳ ବୟାନ ପ୍ରଦାନ କାରଣରୁ ଭାରତ ଏବଂ ବିଭିନ୍ନ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ବିଜେପି ପ୍ରବକ୍ତା ଏବଂ ମୁଖପାତ୍ରଙ୍କ ନାମରେ ମାମଲା ରୁଜୁ କରାଯାଇଛି । ବିଜେପିରୁ ନିଲମ୍ବିତ ମୁଖପାତ୍ର ନୂପୂର ଶର୍ମା, ବହିଷ୍କୃତ ନବୀନ ଜିନ୍ଦଲ ଏବଂ ସାମ୍ବାଦିକା ସବା ନକଭିଙ୍କ ନାମରେ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ପୂର୍ବରୁ ନୂପୂର ଶର୍ମାଙ୍କ ନାମରେ ମୁମ୍ବାଇରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ଗଲ୍ଫ ରାଷ୍ଟ୍ର ଗୁଡିକ ସମେତ ଇରାକ୍‌, ଇରାନ୍‌, କୁଏତ୍‌, ସାଉଦି ଆରବ, ଓମାନ, ୟୁଏଇ, ଜୋର୍ଡାନ୍‌, ଆଫଗାନିସ୍ତାନ, ପାକିସ୍ତାନ, ବାହାରିନ୍‌, ମଲଡିଭସ, ଲିବ୍ୟା ଏବଂ ଇଣ୍ଡୋନେସିଆ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଏହି ରାଷ୍ଟ୍ରଗୁଡିକ ନିଜ ରାଷ୍ଟ୍ରଦୂତ ମାନଙ୍କ ଜରିଆରେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

Advertisement

ଅନ୍ୟ ପକ୍ଷରେ ନେଦରଲ୍ୟାଣ୍ଡସର ସାଂସଦ ଗ୍ରିଟ୍ ୱାଇଲ୍ଡର୍ସ ନୂପୂରଙ୍କ ସମର୍ଥନ କରିଛନ୍ତି । ଗୋଟିଏ ପଟେ ନୂପୂରଙ୍କ ବୟାନକୁ ନେଇ ଭାରତ ଉପରେ ବିଭିନ୍ନ ଇସଲାମିକ୍ ରାଷ୍ଟ୍ର ପକ୍ଷରୁ କଟକଣା ଜାରି କରାଯାଉଛି । ସମାନ ସମୟରେ ୱାଇଲ୍ଡର୍ସ ନୂପୂରଙ୍କୁ ସମର୍ଥନ ଜାହିର କରି ବୟାନ ଦେଇଛନ୍ତି । ୱାଇଲ୍ଡର୍ସ କହିଛନ୍ତି ଅର୍ଥନୈତିକ କାରଣରୁ ଭାରତ ନିଜର ସ୍ୱାଧୀନତାକୁ କ୍ଷୁର୍ଣ୍ଣ ନ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *