Pratidin TV

Odisha's Digital News Platform

ସନ୍ଦେହଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା ପୋଲିସ କରୁଛି ତଦନ୍ତ, ଭିଡିଓ

1 min read

ଭୁବନେଶ୍ୱର: ଖୋର୍ଦ୍ଧାଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି।ବାଲୁଗାଁ ଥାନାଅନ୍ତର୍ଗତ ଇଂଜନପୁର ଗ୍ରାମର ସୁରେଶ ବାରିକଙ୍କ ଝିଅ ନୈନା ବାରିକ ଓ ବାଣପୁର ଥାନାଅନ୍ତର୍ଗତ ଵିଷ୍ଣୁଡିହ ଗ୍ରାମର ଗଣେଶ ମାଝୀଙ୍କ ପୁତ୍ର ବିଘ୍ନେଶ ମାଝୀଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା।

ଉଭୟଙ୍କ ପ୍ରେମସମ୍ପର୍କ ଧୀରେଧୀରେ ଅତି ନିବିଡ ହୋଇଥିଲା।କିନ୍ତୁ ଏମିତି କଣ ପରିସ୍ଥିତି ହେଲା ଯେ ଯାହାଫଳରେ ଦୁଇ ଜଣଯାକ ଆତ୍ମହତ୍ୟା କଲେ। ଉଭୟଙ୍କ ଆତ୍ମହତ୍ୟାର କାରଣର କୌଣସି ସୂଚନା ମିଳିପାରିନାହିଁ।କିନ୍ତୁ ଉଭୟଙ୍କ ଆତ୍ମହତ୍ୟା ହତ୍ୟା ସମ୍ପର୍କରେ ବିଭିନ୍ନ ଗୁଜବ ହେଉ ଥିବା ବେଳେ ପରିବାର ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ। ବାଣପୁର ଥାନାଅନ୍ତର୍ଗତ ଉଭୟ ନୈନା ଓ ବିଘ୍ନେଶ ଵିଷ୍ଣୁଡିହ ଗ୍ରାମର ପାଣିଟାଙ୍କି ନିକଟରେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି।ଉଭୟଙ୍କୁ ବାଲୁଗାଁ ଡାକ୍ତରଖାନାକୁ ଚିକିତ୍ସାପାଇଁ ଭର୍ତ୍ତିକରାଯାଇଥିଲା ।

Advertisement

ଡାକ୍ତର ଜଣଙ୍କୁ ଭୁବନେଶ୍ୱର ଓ ଆଉ ଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।କିନ୍ତୁ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଜଣଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ଶବ ଦାହ କରାଯାଇଛି।ଉଭୟ ଗ୍ରାମ ଓ ଉଭୟଙ୍କ ସାଙ୍ଗମାନଙ୍କ ମଧ୍ୟରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *