Pratidin TV

Odisha's Digital News Platform

‘ମୋ ସ୍କୁଲ’ ଚାକିରୀ ନାଁରେ ଠକେଇ ; ବନ୍ଧା ହେଲେ ଫେକ ୱେବସାଇଟ ଖୋଲି ଲୋକଙ୍କୁ ଚୁନ ଲଗାଉଥିବା ୩ ଠକ ….

ଭୁବନେଶ୍ୱର : ସାବଧାନ ସରକାରୀ ଚାକିରୀ ଆଳରେ ଚାଲିଛି ଠକେଇ । ଭୁଲରେ ବି ନଜାଣି ନବୁଝୀ କୌଣସି ଲିଙ୍କ୍ /ୱେବସାଇଟ ଉପରେ କରନ୍ତୁନି କ୍ଲିକ୍ । ଆପଣ ହୋଇପାରନ୍ତି ବଡ ଠକାମୀର ଶୀକାର । ମୋ ସ୍କୁଲର ଫେକ ୱେବସାଇଟ ଖୋଲି ଚାକିରୀ ଦେବା ନାଁ ରେ ରାଜଧାନୀରେ ଚାଲିଛି ମହା ଠକେଇ ।

ଖବର ଅନୁଯାୟୀ ୬୦ ଜଣଙ୍କ ଠାରୁ ଚାକିରୀ ଦେବା ଆଳରେ ଅଭିଯୁକ୍ତ ଠକେଇ କରିଥିବା ସୂଚନା । ଚାକିରୀ ଦେବ କହି ୪୦ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ଠକିଛନ୍ତି । ଜୁଲାଇ ୧୨ ତାରିଖରେ ମୋ ସ୍କୁଲ ପକ୍ଷରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ମୋ ସ୍କୁଲ ନାଁରେ ନକଲି ୱେବସାଇଟ ପ୍ରସ୍ତୁତ କରି ଆଶାୟୀଙ୍କୁ ଠକୁଥିଲେ ସାଇବର ଲୁଟେରା । ନକଲି ୱେବସାଇଟ ପ୍ରସ୍ତୁତ କରି ଆଶାୟୀଙ୍କୁ ଠକୁଥିଲେ ସାଇବର ଲୁଟେରା । ପୋଲିସ୍ କମିଶନର ଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିଥିଲେ ଗଣଶିକ୍ଷା ବିଭାଗ ସଚିବ ଅଶ୍ଵଥି ଏସ । ଏହି ନକଲି ୱେବସାଇଟ ରେ ମୋ ସ୍କୁଲ ଅଫିସ ରେ ଡାଟା ଏଣ୍ଟ୍ରି ଅପରେଟର,ପିଅନ,ଅଫିସ ଆସିଷ୍ଟାଣ୍ଟ ଇତ୍ୟାଦି ପୋଷ୍ଟ ପାଇଁ ନକଲି ଵିଜ୍ଞାପନ ଦେଇଥିଲେ ସାଇବର ଠକ । ଫଳରେ ଆଶାୟୀ ମାନେ ଏହାକୁ ସତ ଭାବି ସେଇ ୱେବସାଇଟରେ ଯାଇ ଠକାମୀର ଶୀକାର ହୋଇଥିଲେ ।

ତେବେ ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ଅମର ସାମଲ ସହ ମଦନ ନାଗ ,ରାଇଗୁଲୁ ପାତ୍ର ବୋଲି ସୂଚନା ମିଳିଛି । ତେବେ ଏହି ଠକାମୀରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେସବୁ ଜାଣିବା ପାଇଁ ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *