Pratidin TV

Odisha's Digital News Platform

ଆଖିବୁଜିଲେ ସଲମାନଙ୍କ ‘ମେନେ ପ୍ୟାର କିୟା’ ଗୀତର ଲେଖକ ‘ଦେବ କୋହଲି’

1 min read

ମୁମ୍ବାଇ : ବଲିଉଡ୍‌ରୁ ଦୁଃଖ ଖବର । ଆଖିବୁଜିଲେ ବରିଷ୍ଠ ସିନିୟର ବଲିଉଡ୍ ଗୀତିକାର ଦେବ କୋହଲି । ସୂଚନା ଅନୁ୍‌ଯାୟୀ ଗତକାଲି ତାଙ୍କ ମୁମ୍ବାଇ ସ୍ଥିତ ଘରେ ୮୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ଛାଡିଛନ୍ତି । ତେବେ ଆଜି ସନ୍ଧ୍ୟା ୬ ଟା ପରେ ତାଙ୍କ ପାର୍ଥିବ ଶରୀରକୁ ଜାଗେଶ୍ୱରୀ ଓଶିବାରା ସଂସାନ ଘାଟରେ ଅନ୍ତିମ ସଂସ୍କାର କରାଯିବା ।

ରିପୋର୍ଟ ଅନୁଯାୟୀ ଦେବ କୋହିଲୀ ଅନେକ ଦିନ ହେବା ରୋଗରେ ପଡିଥିଲେ । ଏସବୁ ଭିତରେ ତାଙ୍କୁୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିଲେ ହେଲେ ଗତକାଲି ନି ଘରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେବ କୋହଲିଙ୍କ ବନ୍ଧୁ ଗାୟକ ଆନନ୍ଦ ଇଣ୍ଡିଆ ଟୁଡେ ସହ କଥା ହୋଇଥିଲେ। ଦେବଙ୍କ ଶେଷ ଦିନ କେମିତି ଥିଲା ସେ କହିଥିଲେ। ଆନନ୍ଦ କହିଛନ୍ତି ଯେ ଦେବ କୋହଲି ତାଙ୍କର ଶେଷ ଦିନରେ ଖଟ ଉପରେ ଭଜନ ଗାଉଥିଲେ। ଦେବ କୋହଲିଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ସହଯୋଗୀ ଆନନ୍ଦ ରାଜ ଆନନ୍ଦ ଏବଂ ଅନୁ ମଲିକ ଉତ୍କଳ ସିଂ ଏବଂ ବଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ଲୋକମାନେ ଯୋଗଦେବେ ବୋଲି ଆଶା କରାଯାଉଛି।

Advertisement

ଦେବ କୋହଲି ଶଙ୍କର-ଜୟକିଶାନଠାରୁ ବିଶାଲ ଦାଦଲାନି ଏବଂ ଶେଖର ରବିଜାନୀଙ୍କ ପର୍ଯ୍ୟନ୍ତ ଅନେକ ଗାୟକ ଏବଂ ସଙ୍ଗୀତ ସଂଗୀତକାରଙ୍କ ସହିତ କାମ କରିଥିଲେ । ସେ ଅନେକ ବଡ ଏବଂ ଛୋଟ ବଲିଉଡ ଚଳଚ୍ଚିତ୍ର ପାଇଁ ୧୦୦ ରୁ ଅଧିକ ଗୀତ ଲେଖିଥିଲେ। ଏଥିମଧ୍ୟରେ ଶାହାରୁଖ ଖାନଙ୍କ ଫିଲ୍ମ ‘ବାଜିଗର’, ସଲମାନ ଖାନଙ୍କ ‘ମେନ୍ ପ୍ୟାର କ୍ୟୁନ୍ କିୟା’, ଜନ୍ ଅବ୍ରହାମଙ୍କ ‘ସୁଟଆଉଟ୍ ଲୋଖଣ୍ଡୱାଲା’ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ସେ ଶେଷରେ କଙ୍ଗନା ରାନାୱତଙ୍କ ଫିଲ୍ମ ‘ରାଜଜୋ’ ପାଇଁ ଗୀତ ଲେଖିଥିଲେ। ଏହି ଚଳଚ୍ଚିତ୍ରରେ ଉତ୍କଳ ସିଂ ସଂଗୀତ ଦେଇଥିଲେ।

Leave a Reply

Your email address will not be published. Required fields are marked *