Pratidin TV

Odisha's Digital News Platform

ଭୂବନେଶ୍ୱର ଷ୍ଟେସନକୁ ଆସୁନି ଟ୍ରେନ୍ ,ହନ୍ତସନ୍ତ ଯାତ୍ରୀ ….

1 min read

ଭୁବନେଶ୍ୱର : ରାଜଧାନୀରେ ଅସନ୍ତୋଷ ଯାତ୍ରୀ । ପ୍ଲାଟଫର୍ମରେ ଶୋଇଲେ ଗୋଟେ ରାତି । କାରଣ ଭୁବନେଶ୍ୱର ରେଳ ଷ୍ଟେସନକୁ ଆସୁନାହିଁ ଟ୍ରେନ । ଫଳରେ ଅନେକ ସମୟ ଧରି ଯାତ୍ରୀମାନେ ଅପେକ୍ଷା କରି ବିରକ୍ତି ପ୍ରକାଶ କରିଥିଲେ । ଇଣ୍ଟରଲକିଂ ଓ ସିଗନାଲିଂ ପାଇଁ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ଏନେଇ ଗତକାଲି ଅପରାହ୍ନ ସାଢେ ୪ଟାରୁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି ।

ଭୁବନେଶ୍ୱର- ମଂଚେଶ୍ୱର ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଇଣ୍ଟରଲକିଂ ଓ ସିଗନାଲିଂକୁ ପୁନଃବ୍ୟବସ୍ଥିତ କରାଯାଉଛି । ତେଣୁ ଭୁବନେଶ୍ୱର ଷ୍ଟେସନକୁ କୌଣସି ଟ୍ରେନ ଆସିପାରୁ ନାହିଁ । ଯାହା ଫଳରେ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାତ୍ରୀଙ୍କ କହିବା ଅନୁଯାୟୀ ଯଦି ସମସ୍ୟା ଥିଲା ତେବେ ସେମାନକଙ୍କୁ ସୂଚାନ କାହିଁକି ମିଳିନାହିଁ । ନିକଟରେ କିଛି ଦିନ ଧରି ଭୁବନେଶ୍ବରରୁ ମଞ୍ଚେଶ୍ବର ଷ୍ଟେସନ ପର୍ଯ୍ୟାନ୍ତ ୬.୪ କିମି ମଧ୍ୟରେ ଥିବା ବାଣୀବିହାର, ମଞ୍ଚେଶ୍ବର ଷ୍ଟେସନର ଇଣ୍ଟର ଲକିଙ୍ଗ୍ ଓ ସିଗନାଲିଂ କାମ ହେଉଛି । ଯେଉଁଥିପାଇଁ କିଛି ଦିନ ହେଲା ଟ୍ରେନ୍ ଚଳାଚଳ ବିଳମ୍ବିତ ହେଉଥିଲା । କେଉଁ ଟ୍ରେନ୍ ଧାର୍ଯ୍ୟ ସମୟର ଘଣ୍ଟାଏ ତ ଆଉ କେଉଁ ଟ୍ରେନ୍ ୨୦ ମିନିଟ୍ ବିଳମ୍ବରେ ଷ୍ଟେସନରେ ପହଞ୍ଚୁଥିଲା ।

Advertisement

ତେବେ ଗତକାଲି ଅପରାହ୍ଣ ସାଢ଼େ ୪ଟାରେ ଭୁବନେଶ୍ବର ରେଳ ଷ୍ଟେସନକୁ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ସିଗନାଲ୍ ମିଳି ନ ଥିବାରୁ ଟ୍ରେନ୍ଗୁଡ଼ିକର ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲେ । ରାତି ସାଢ଼େ ୮ଟା ପନ୍ତ ଷ୍ଟେସନ୍କୁ ଟ୍ରେନ୍ ନ ଆସିବାରୁ ହଜାର ହଜାର ଯାତ୍ରୀ ଅପେକ୍ଷା କରି ଶେଷରେ ପାଟିତୁଣ୍ଡ କରିଥିଲେ । ଏହି ସମସ୍ୟା ଆସନ୍ତାକାଲି ଯାଏ ଲାଗି ରହିବ ବୋଲି ସୂଚନା ଦେଇଛି ରେଳ ବିଭାଗ । ଏହାପରେ ଭୁବନେଶ୍ୱର ଷ୍ଟେସନରୁ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ।

Leave a Reply

Your email address will not be published. Required fields are marked *