Pratidin TV

Odisha's Digital News Platform

ନିର୍ବନ୍ଧ ଫଟୋ ସେୟାର କଲେ ଅରମାନ ମଲ୍ଲିକ୍ , ଜାଣନ୍ତୁ କିଏ ତାଙ୍କ ଭାବିପତ୍ନୀ …

1 min read

ମୁମ୍ବାଇ : ଆଜି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ସୁଇଟ୍ , ହ୍ୟାଣ୍ଡସମ୍ ସିଙ୍ଗର ଅରମାନ ମଲ୍ଲିକଙ୍କ ନିର୍ବନ୍ଧ ଫଟୋ । ତେବେ ଏହି ସିଙ୍ଗର ଜଣଙ୍କ ନିଜ ଗୀତ ସହ କିଉଟନେସ୍ ଲୁକ୍ ଯୋଗୁଁ ଲକ୍ଷ ଲକ୍ଷ ପ୍ୟାନ୍ସ ମାନଙ୍କ ହୃଦୟରେ ରାଜ କରନ୍ତି । ତେବେ ହଠାତ୍ ପ୍ୟାନ୍ସ ମାନଙ୍କୁ ସିଧା ନିଜ ନିର୍ବନ୍ଧ ଫଟୋ ସେୟାର କରି ଆଶ୍ଚର୍ଯ୍ୟ ଚକିତ କରାଇଛନ୍ତି ଅରମାନ । ଇଷ୍ଟାଗ୍ରାମରେ ଅର୍ମାନଙ୍କ ଫଲୋଅର୍ସ ୧୪ .୨ ମିଲିୟନ ଏବଂ ଏହି ଫଲୋଅର୍ସ ଭିତରେ ଝିଅ ମାନଙ୍କ ସଂଖ୍ୟ ଅଧିକା । ଅନେକ ଅରମାନଙ୍କୁ ନିଜ ସ୍ୱପ୍ନର ରାଜକୁମାର ଭାବି ସ୍ୱପ୍ନ ଦେଖୁଥିଲେ । ତେବେ ଆଜି ଏହି ଫ୍ୟନ୍ସ ମାନଙ୍କ ହୃଦୟ ଭାଙ୍ଗିଛି ବୋଲି କହିଛନ୍ତି କିଛି ପ୍ରଶଂସକ । ଅରମାନ ତାଙ୍କ ୭ ବର୍ଷର ଗର୍ଲଫ୍ରେଣ୍ଡ ଆଶନା ଶ୍ରଫଙ୍କ ସହ ଆଜି ନିର୍ବନ୍ଧ କରିଛନ୍ତି । ଯାହାର ଖବର ସେ ନିଜେ ନିଜ ଇଷ୍ଟାହ୍ୟାଣ୍ଡେଲରେ ଦେଇଛନ୍ତି ।

https://www.instagram.com/p/Cwem_HKMZtD/?utm_source=ig_web_copy_link&igshid=MzRlODBiNWFlZA==

ତେବେ ଏହି ପୋଷ୍ଟରେ ଅନେକ କଳାକାରଙ୍କ ଶୁବେଚ୍ଛା ବାର୍ତ୍ତା ଛୁଟିଛି । ବରୁନ ଧଓନ ,ଟାଇଗର ଶ୍ରଫ୍ , ପାରା ସୁତାରି , ସାରା ତେନ୍ଦୁଲକର ,ନୀତିମୋହନ, ଜରିନ ଖାନଙ୍କ ସହ ବଲିଉଡ୍ ର ଲମ୍ବା ସୁଭେଚ୍ଛା ଦେତ୍କବାକୁ ମିଳିଛି । ତେବେ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଜଣାପଡିଛି । ସେହିଭଳି ଅନ୍ୟପଟେ ଏହି ୨୮ ବର୍ଷିୟ ହ୍ୟାଣ୍ଡସମ୍ ସିଙ୍ଗରଙ୍କ ର୍ନିବନ୍ଧ ଓ ବିବାହ ଖବର ଶୁଣି ହଜାର ହଜାର ଫିମେଲ ଫ୍ୟାନ୍ସଙ୍କ ମନ ଭାଙ୍ଗିଛି ।

Leave a Reply

Your email address will not be published. Required fields are marked *