Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପଠାଇଲେ କେନ୍ଦ୍ରାପଡାର କମଳା ମହାରଣା…..

କେନ୍ଦ୍ରାପଡା ; ଆଉ ୨ଟା ଦିନ ଗଲେ ରାକ୍ଷୀ । ଭାଇ ଉଉଣୀଙ୍କ ପବିତ୍ର ସମ୍ପର୍କକୁ ମନେପକାଇ ଉର୍ସବମୁଖର ସାରା ଭାରତ । ତେବେ ଏହି ପବିତ୍ର ଦିନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଛୁଟିଛି ଅନେକ ଭଉଣୀଙ୍କ ରାକ୍ଷୀ । କିଛି ପାକିସ୍ତାନରୁ ଆସିଲାଣିତ କିଛି ଗୁଜୁରାଟ ଏଭଳି ଅନେକ ରାକ୍ଷୀ ପହଞ୍ଚିଛି ପ୍ରଧାନମନ୍ତ୍ରୀ ପାଖରେ । କିନ୍ତୁ ସବୁଠୁ ନିଆରା ରାକ୍ଷୀ ପଠାଇଛନ୍ତି ଆମ ବହୁଚ୍ଚ୍‌ିର୍ତ କମଳା ମାଉସୀ । କିଛ ମାସ ପୂର୍ବେ ମୋଦୀ ନିଜ ମନକି ବାତ କାର୍ଯ୍ୟକ୍ରମରେ କମଳା ମାଉସୀଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ । କିଭଳି ଜଣେ ବୁଢୀ ମାଉସୀ ପରିବେଶକୁ ସଫା ରଖିବା ପାଇଁ ଅଳିଆ ଅବର୍ଜନା ଗୋଟାଇ ସେଥରେ ଘର ସଜା ସାମଗ୍ରୀ ତିଆରୀ କରିପାରିଛି । ଆଉ ଏହି କାର୍ଯ୍ୟରେ ଅନେକ ନାରୀ ମାନଙ୍କୁ ମଧ୍ୟ ଆତ୍ମନିର୍ଭର କରାଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର କମଳାମାଉସୀ ।

୨୦୨୩ ମସିହା ଫେବୃଆରୀ ମାସ ୨୬ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୯୮ ତମ ମନ୍ କି ବାତ୍ ର ସଂସ୍କରଣରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କୁ ପ୍ରଶଂସା କରି ତାଙ୍କୁ ଲୋକ ଲୋଚନକୁ ଆଣିଥିଲେ। ଏପରିକି କମଳାଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ କରିଥିଲେ। ସେହିଦିନ ଠୁଁ ସବୁଆଡେ ପ୍ରସଂଶାର ପାତ୍ରୀ ହୋଇଛନ୍ତି ବୟସ୍କା କମଳା ମହାରଣା।ସେଥିପାଇଁ ଚଳିତବର୍ଷ ରକ୍ଷା ବନ୍ଧନରେ ଭାଇ ତଥା ଭାରତର ପ୍ରଧାନମନ୍ତ୍ରୀଙ୍କୁ ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରି ପଠେଇଛନ୍ତି ଯାହା ଏଣେତେଣେ ପଡ଼ିଥିବା ଜରିରୁ ହିଁ ତିଆରି।ଭାରତର ଗର୍ବ ନରେନ୍ଦ୍ର ମୋଦିଙ୍କ ପାଇଁ ରାକ୍ଷୀ ପଠେଇଥିବାରୁ ନିଜକୁ ଭାଗ୍ୟବାନ ମଣିଛନ୍ତି କମଳା।

ରାକ୍ଷୀ ପିନ୍ଧି ପୁଣି ଥରେ କମଳାଙ୍କୁ ମନେ ପକେଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି କମଳା ମହାରଣା।ଏହି ରାକ୍ଷୀରେ ଏଣୁତେଣୁ ଜରି, ଅଠା, ଚୁମୁକି ଇତ୍ୟାଦି ଲଗା ଯାଇଥିବା ବେଳେ ବୁଧବାର ସୁଦ୍ଧା ରାକ୍ଷୀ ପହଞ୍ଚାଇବା ପାଇଁ ଭାରତୀୟ ଡାକ ବିଭାଗର ସହାୟତା ନେଇଛନ୍ତି କମଳା।

Leave a Reply

Your email address will not be published. Required fields are marked *