Pratidin TV

Odisha's Digital News Platform

କାଳ ହେଲା ଶେଷ ଶ୍ରାବଣ ସୋମବାର ; ଅଧାରେ ରହିଗଲା କାଉଡିଆଙ୍କ ପାଣି ଢଳା …

1 min read

କେନ୍ଦ୍ରାପଡା : କାଳ ହେଲା କାଉଡି ଯାତ୍ରା । ଅଧାବାଟରେ ଚାଲିଗଲା କାଉଡିଆଙ୍କ ଜୀବନ । ସ୍ୱପ୍ନରେ ରହିଗଲା ଭୋଳାନାଥଙ୍କ ଉପରେ ପାଣି ଢାଳିବାର ଇଛା । ସୂଚନାରୁ ପ୍ରକାଶ ଯେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ଗ୍ରାମର ୨୫ ଜଣ ଯୁବକ ନିକଟସ୍ଥ କଳାବୁଦା ଗ୍ରାମର ଚିତ୍ରୋତ୍ପଳା ନଦୀ ତଟରେ ଅବସ୍ଥିତ ଉତ୍ତେରେଶ୍ୱର ମହାଦେବଙ୍କ ପୀଠରୁ ପାଣି ଉଠାଇ ଜଗତସିଂହପୁର ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠ ଗୋରେଖ ନାଥ ଅଭିମୁଖେ ଜଳଲାଗି କରିବା ଲାଗି ରବିବାର ସନ୍ଧ୍ୟା ସମୟରେ ବାହାରିଥିଲେ । ଅନେକ ବାଟ ଯିବାପରେ କଟକ ଭାୟା ପାରାଦୀପ ରାସ୍ତାର ତାରପୁର ବାଇପାସ ନିକଟରେ ରାତ୍ରୀ ଯାପନ କରିଥିଲେ । ସୋମବାର ଭୋର ୩ ଟା ସମୟରେ ଗୋରେଖନାଥ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ହେଲେ ବାଟରେ ଜଗିବସିଥିଲ କାଳ ଯମ । ଅଧାରେ ରହିଗଲା ବାବ ଗୋରେଖନାଥଙ୍କ ଦର୍ଶନ ।

କଟକ ପଟରୁ ପାରାଦୀପ ଅଭିମୁଖେ ଆସୁଥିବା JH O9P 3810 ଏକ ସ୍କର୍ପିଓ ଗାଡ଼ି ତିନିଜଣ କାଉଡ଼ିଆ ଭକ୍ତଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଜଣେ ୧୫ ବର୍ଷୀୟ କାଉଡ଼ିଆ ଭକ୍ତର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ କାଉଡ଼ିଆ ଜଣଙ୍କ ହେଉଛନ୍ତି ତଳକୁସୁମା ଗ୍ରାମର ଶଙ୍କର ଦାସଙ୍କ ୧୪ ବର୍ଷୀୟ ବଡପୁଅ ଜୟଦୀପ ଦାସ । ଜୟଦୀପ କଳାବୁଦା ଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଜଣେ ମେଧାବୀ ଛାତ୍ର ଥିଲେ। ଜୟଦୀପ ଙ୍କ ମୃତ ଶରୀରକୁ ରଘୁନାଥପୁର ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇ ଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ସ୍କର୍ପିଓ କୁ ଜବତ କରିଥିବା ସୂଚନା ମିଳିଛି। ଜୟଦୀପ ଙ୍କ ମୃତ ଖବର ପାଇ ସ୍ଥାନୀୟ ଗରଦପୁର ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Advertisement

ଜୟଦୀପଙ୍କ ମୃତ ଶରୀର ପୈତୃକ ବାସଭବନ ତଳକୁସୁମା ରେ ପହଞ୍ଚିବା ପରେ ସମାଜସେବୀ ଶାନ୍ତନୁ ନାୟକ , ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ପ୍ରାଧ୍ୟାପକ ଅଜୟ କୁମାର ରାଉତ, ତଳକୁସୁମା ସରପଞ୍ଚଙ୍କ ପ୍ରତିନିଧି ଅଶୋକ ଜେନା , ପୂର୍ବତନ ସମିତି ସଭ୍ୟ ପ୍ରହଲ୍ଲାଦ ସାହୁ , ବର୍ତ୍ତମାନ ର ସମିତି ସଭ୍ୟ ପ୍ରଭାସ ରଂଜନ ସାହୁ , ଗରଦପୁର ବ୍ଲକ ମହିଳା ବିଜୁଜନତା ଦଳର ସାଧାରଣ ସମ୍ପାଦିକା ଅନ୍ନପୂର୍ଣ୍ଣା ସାହୁ ପ୍ରମୁଖ ପହଞ୍ଚି ଜୟଦୀପ ଙ୍କ ଶେଷ ଦର୍ଶନ କରିବା ସହିତ ଶୋକାକୁଳ ପରିବାର ବର୍ଗଙ୍କୁ ଶାନ୍ତନା ଦେଇଥିଲେ । ଜୟଦୀପଙ୍କ ଶବ ସତ୍କାର ସମୟରେ ସମସ୍ତ ସହପାଠୀ , ସୁଭେଶ୍ଚୁ ଉପସ୍ଥିତ ଥିଲେ । ଜୟଦୀପ୍ ଙ୍କ ସାନ ଭାଇ ଚନ୍ଦନ ଦାସ ମୂଖାଗ୍ନି ଦେଇଥିଲେ । ଜୟଦୀପ ଙ୍କ ଅନ୍ତିମ ସତ୍କାର ଚିତ୍ରୋତ୍ପଳା ନଦୀ ପଠାରେ ଅନୁଷ୍ଟିତ ହୋଇଥିଲା ।

Leave a Reply

Your email address will not be published. Required fields are marked *