Pratidin TV

Odisha's Digital News Platform

ଦିଲ୍ଲୀରୁ ପହଞ୍ଚିଲେ ଶରତ: ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ

1 min read

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଘର ସଜାଡ଼ୁଛି ରାଜ୍ୟ କଂଗ୍ରେସ । ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ଭବନରେ ବିଧବଦ୍ଧ ଭାବେ ଦାୟିତ୍ବ ନେବେ । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦେବା ଜରିଆରେ ଦଳ ଶକ୍ତି ପ୍ରଦର୍ଶନ କରିବ ।

ହାଇକମାଣ୍ଡଙ୍କଠାରୁ ଗୁରୁମନ୍ତ୍ର ନେଇ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଓଡ଼ିଶା ଫେରିବେ । ତାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ କଂଗ୍ରେସ ନେତା ଓ କର୍ମୀ ଏକାଠି ହେଉଛନ୍ତି । ବିମାନବନ୍ଦରରୁ ବିରାଟ ଶୋଭାଯାତ୍ରାରେ ପିସିସି ସଭାପତିଙ୍କୁ କଂଗ୍ରେସ ଭବନ ଯାଏ ନିଆଯାଇ ସମ୍ବର୍ଦ୍ଧନା ଦିଆଯିବ । ଖୁବଶୀଘ୍ର ନୂଆ ଟିମ୍ ଗଠନ ସହ ୨୦୨୪ ନିର୍ବାଚନ ପାଇଁ ତୃଣମୂଳ ସ୍ତରରୁ ପ୍ରସ୍ତୁତ ହେବ କଂଗ୍ରେସ ।

Advertisement

Leave a Reply

Your email address will not be published. Required fields are marked *