ରେଡ୍ କ୍ରସ୍ ବ୍ଲଡବ୍ୟାଙ୍କରେ ମହାଘୋଟାଲା ; ଭୁଲ ରକ୍ତ ନେଇ ଗୁରୁତର ରୋଗୀ ….
1 min readକଟକ : କଟକ ରେଡକ୍ରସ୍ ବ୍ଲଡକ୍ୟାମ୍ପରେ ମହାଘୋଟାଲା । ଭୁଲ ରକ୍ତନେଇ ଗୁରୁତର ରୋଗୀ । ଖବର ଅନୁଯାୟୀ କଟକର ଏକ ଘରୋଇ ନରସିଂହୋମରେ ଚିକିତ୍ସତ ହେଉଥିବା ୭୪ ବର୍ଷୀୟ ବିଭୂତି ଭୂଷଣ ଜେନା ଙ୍କ ଠାରେ ଅସୁସ୍ଥତା ଓ ହେମୋଗ୍ଲୋବିନ୍ କମିଯିବା କାରଣରୁ ବିଭୂତି ଙ୍କୁ ଇ ପଜିଟିଭ ରକ୍ତର ଆବଶ୍ୟକତା ପଡ଼ିଥିଲା । ଏହାପରେ ତାଙ୍କର ପରିବାର ଲୋକେ ରେଡକ୍ରସ୍ ବ୍ଲଡ଼ ବ୍ୟାଙ୍କ ରୁ A ପଜିଟିଭ ବ୍ଲଡ଼ ଆଣିଥିଲେ ।
ଯେତେବେଳେ ବିଭୂତିଙ୍କ ଦେହରେ ରକ୍ତ ଚଢ଼ା ଯାଇଥିଲା ସେତେବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ଏହାପରେ ନର୍ସିଂ ହୋମ କର୍ତ୍ତୃପକ୍ଷ ରକ୍ତର ଗ୍ରୁପ୍ ଟେଷ୍ଟ କରିଥିଲେ ସେତେବେଳେ ଜାଣିବାକୁ ପାଇଥିଲେ ଏହା B+ ପଜିଟିଭି ରକ୍ତ ଥିଲା। ବ୍ଲଡ଼ ବ୍ୟାଗ୍ ରେ A +ଥିବା ବେଳେ ଭିତରେ B + ରକ୍ତ ରହିଥିଲା । ଏହାପରେ ରୋଗୀଙ୍କ ପୁଅ ଓ ଘରୋଇ ହସ୍ପିଟାଲ ର କର୍ମଚାରୀ ବ୍ଲଡ଼ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ଏନେଇ ଅବଗତ କରାଇଥିଲେ। ଏମିତିକି ଲାଇଭ ଟେଷ୍ଟ ପାଇଁ ମଧ୍ୟ କହିଥିଲେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ । ଏହାର ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ।
ସେହିଭଳି ଏହି ଘଟଣା ନଜରକୁ ଆସିଛି ଓ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ରକ୍ତ ଭଣ୍ଡାରର କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରାଯାଇଥିବା ସହ ଯଦି କେହି ଦୋଷୀ ଅଛନ୍ତି ତେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ରେଡକ୍ରସ୍ ପରାମର୍ଶ କମିଟିର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ଵାଳ ।