Pratidin TV

Odisha's Digital News Platform

ଚିନ୍ତା ବଢାଉଛି ମଙ୍କିପକ୍ସ: ସରକାର ଦେଲେ ସତର୍କ ସୂଚନା

1 min read

ନୂଆଦିଲ୍ଲୀ: ବାୟୁରେ ମଧ୍ୟ ବ୍ୟାପୁଛି ମଙ୍କିପକ୍ସ । ବେଳେବେଳେ ମଙ୍କିପକ୍ସ ରୋଗୀଙ୍କୁ ଠାରୁ କମ୍ ଦୂରତାରେ ଥିବା ଲୋକ ମଧ୍ୟ ମଙ୍କିପକ୍ସ ଆକ୍ରାନ୍ତ ହେଉଛନ୍ତି । ଏହା କେତେମାତ୍ରାରେ ସଂକ୍ରମିତ କରୁଛି ଏବଂ ଏହାର ପ୍ରଭାବ କେତେ ରହୁଛି ତାହା ଉପରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେଣୁ ଏବେ ଲୋକମାନଙ୍କୁ ମଙ୍କିପକ୍ସ ଠାରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି ।

ଆମେରିକାରେ ମଙ୍କିପକ୍ସ ରୋଗୀ ଏବଂ ତାଙ୍କ ସହ ସମ୍ପର୍କରେ ଥିବା ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ଆମେରିକାରେ ମଙ୍କିପକ୍ସ ରୋଗୀ ଏବଂ ତାଙ୍କ ପରିବାର ଲୋକଙ୍କୁ ସର୍ଜିକାଲ ମାସ୍କ ପିନ୍ଧିବାକୁ କୁହାଯାଇଛି । ଆମେରିକାରେ ୨୪ ଘଂଟାରେ ନୁଆ ୩୫ ଜଣ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମଙ୍କିପକ୍ସ ମଣିଷଙ୍କ ସହ ପଶୁଙ୍କ ଠାରେ ଦେଖିବାକୁ ମିଳୁଥିବାରୁ ସଂକ୍ରମିତଙ୍କ ଦୁରେଇ ରହିବାକୁ କୁହାଯାଇଛି । ଭାରତରେ ଯଦିଓ ଏ ଯାଏଁ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି, ତଥାପି ସରକାର ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisement

ଅନ୍ୟପଟେ ପୁଣି ଥରେ ଦେଶରେ କରୋନା ଭାଇରସ ବଢୁଥିବା ପରିଲକ୍ଷିତ କରାଯାଉଛି । ଯେଉଁଥିପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସରକାର । ଏହାକୁ ବାଦ ଦେଲେ ବିମାନରେ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଉଛି । କରୋନା ମହାମାରୀ ମଧ୍ୟରେ ଏବେ ଅନେକ ଦେଶରେ ମଙ୍କିପକ୍ସ ଭାଇରସ ବ୍ୟାପିଗଲାଣି । ବ୍ରିଟେନରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ କାନାଡା, ସ୍ପେନ ସମେତ ୧୨ରୁ ଅଧିକ ଦେଶରେ ମାଡିଗଲାଣି ଏବଂ ସଂକ୍ରମିତଙ୍କ ମଧ୍ୟରେ ଅଧିକ କିଶୋର ଓ କିଶୋରୀମାନେ ଅଛନ୍ତି ।

Leave a Reply

Your email address will not be published. Required fields are marked *