Pratidin TV

Odisha's Digital News Platform

ଆମେରିକାରେ ଥମୁନି ଗୁଳିଗୋଳା ଜନିତ ହିଂସା: କଲମ୍ବିଆରେ ୩ ଜଣଙ୍କ ପ୍ରାଣହାନି

1 min read

ନୂଆଦିଲ୍ଲୀ: ଆମେରିକାରେ ପୁଣି ଥରେ ହୋଇଛି ମାସ ସୁଟିଂ । ବାଲ୍ଟିମୋର ଠାରୁ ୭୫ ମାଇଲ ଅର୍ଥାତ ୧୨୦ କିଲୋମିଟର ଦୂରରେ ଥିବା କଲମ୍ବିଆ ମେସିନ ଫ୍ୟାକ୍ଟ୍ରିରେ ହୋଇଛି । ଏହି ଘଟଣାର ତିନିଜଣଙ୍କର ମୃତ୍ୟୁ ହୋଇଚି । ଏହାସହ ଜଣେ ସୁରକ୍ଷାକର୍ମୀଙ୍କ ଦେହରେ ଗୁଳିବାଜିବା ଯୋଗୁଁ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ସେପଟେ ଏଭଳି ଗୁଳିକାଣ୍ଡ ଘଟଣାରେ ସରକାର କହିଛନତି ସୁଟର ବିଷୟରେ ତାଙ୍କୁ କିଛି ବି ଜଣାନାହିଁ । ଏଯାଏଁ ଆକ୍ରମଣକାରୀର ପରିଚୟ ବି ମିଳିପାରିନାହିଁ ।

ଗୁରୁବାର ଉତ୍ତର ମ୍ୟାରୀଲ୍ୟାଣ୍ଡ ସ୍ଥିତ ମାନ୍ୟୁଫ୍ୟାକଚରିଙ୍ଗ ୟୁନିଟରେ ଜଣେ ଆତତାୟୀ ପଶି ଆଖିବୁଜା ଗୁଳିମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହାସହ ଆତତାୟୀକୁ କାଉଣ୍ଟର ଆଟାକ୍ କରିବା ସମୟରେ ଜଣେ ପୋଲିସ କର୍ମୀ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଚିିକିତ୍ସାଧିନ ଅଛନ୍ତି ।

Advertisement

ୱାଶିଂଟନ କାଉଣ୍ଟ ଶେରିଫର ପ୍ରବକ୍ତାଙ୍କ କହବା ମୁତାବକ, ଏବେ ଯାଏଁ ଆକ୍ରମଣକାରୀର ପରିଚୟ ମିଳିପାରିନାହିଁ । ତେବେ ତଦନ୍ତରେ ମାନ୍ୟୁଫ୍ୟାକଚରିଙ୍ଗ ୟୁନିଟର ଅଧିକାରୀମାନେ ସହଯୋଗ କରୁଛନ୍ତି । ଟାର୍ଗେଟର କାରଣ ମଧ୍ୟ ଏଯାଏଁ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *