Pratidin TV

Odisha's Digital News Platform

ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୫ ଜଣ ଗୁରୁତର ଆହତ

1 min read

ତିଗିରିଆ : ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା। ଜଣେ ମୃତ ୫ ଜଣ ଗୁରୁତର ଆହତ ସୂଚନା ଅନୁସାରେ ଶୁକ୍ରବାର ସକାଳେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ଭାରତ ଗ୍ୟାସ୍ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଖୁଣ୍ଟୁଣୀ ନରସିଂହପୁର ୬୫ ନଂ ରାଜ୍ୟ ରାଜ ପଥରେ ବଡ଼ମ୍ବା ପଟୁ ଆସୁଥିବା ଗୋଟିଏ ଟ୍ରକ୍ ଏକ ଅଟୋକୁ ଧକ୍କା ଦେବାରୁ ଅଟୋଟି ରାସ୍ତା କଡରେ ମାଛ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

Advertisement

ସ୍ଥାନୀୟ ଲୋକଙ୍କ ସହାୟତା ୧୦୮ ଆମ୍ବୁଲାନ୍ସ ଯୋଗେ ଆହାତମାନଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବା ଜଣାପଡ଼ିଛି । ଦୁର୍ଘଟଣା ସ୍ତଳରେ ତିଗିରିଆ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ଟ୍ରକ୍ ଚାଳକ ଙ୍କୁ ତିଗିରିଆ ଥାନା ଅଟକ ରଖିଥିବା ସୂଚନା ମିଳିଛି । ଏନେଇ ତିଗିରିଆ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *