Pratidin TV

Odisha's Digital News Platform

ବିଚ୍ ରାସ୍ତାରେ ଖଣ୍ଡା ବୁଲାଇଲେ ଅବସରପ୍ରାପ୍ତ ଯବାନ ….

1 min read

କଟକ : ବିଚ୍ ରାସ୍ତାରେ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଅବସର ପ୍ରାପ୍ତ ଯବାନ । ହାତରେ ଖଣ୍ଡା ଧରି ରାସ୍ତା ବୁଲି ଲୋକଙ୍କୁ ଗୋଡାଇବା ସହ ତାଙ୍କ ହାତରେ ଦେଖିôବାକୁ ମିଳିଥିଲା ଏକ ଅଭିଯୋଗ ପତ୍ର ।

ଖବର ଅନୁଯାୟୀ ଅବସରପ୍ରାପ୍ତ ଯବାନ ଜଣଙ୍କ ହେଲେ ସରୋଜ ଦାସ । ଆଜି ସକାଳ ସମୟରେ ସରୋଜ ବାଙ୍କୀ କଲେଜ ରୋଡ ଉପରକୁ ଆସି ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଲେ। ସ୍ଥାନୀୟ ଲୋକେ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ସରୋଜ ସେମାନଙ୍କୁ ଖଣ୍ଡାରେ ହାଣିବାକୁ ଗୋଡ଼ାଇଥିଲେ। ଏନେଇ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରୋଜଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ପୁଲିସକୁ ମଧ୍ୟ ସେ ଛାଡ଼ି ନଥିଲେ। ପୁଲିସକୁ ହାଣିବାକୁ ଖଣ୍ଡା ବୁଲାଇଥିଲେ। ଏପରି ୩ ଘଣ୍ଟା ଧରି ଅବସର ଯବାନ ଜଣଙ୍କ ପୁଲିସକୁ ନାକେଦମ କରିଥିଲେ। ପରେ ଅବସର ଯବାନଙ୍କ କୁଆଡେ ପଳାଇଯାଇଥିଲେ।

Advertisement

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅବସର ପ୍ରାପ୍ତ ଯବାନ ଜଣଙ୍କ ଖୁବ୍ ଭଲ ବ୍ୟକ୍ତି ଥିଲେ । ସେ ସମୃକ୍ତ ଅଞ୍ଚଳରେ ଅନେକ ଲୋକଙ୍କୁ ସାହାର୍ଯ୍ୟ ମଧ୍ୟ କରିଛନ୍ତି । ତେବେ ହଠାତ୍ ତାଙ୍କ ଏଭଳି କାର୍ଯ୍ୟକଳାପ ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *