Pratidin TV

Odisha's Digital News Platform

ଭାରତର ପଡୋଶୀ ରାଷ୍ଟ୍ରରେ ଗଞ୍ଜେଇକୁ ମିଳିଲା ସରକାରୀ ସ୍ୱୀକୃତି: ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଗଞ୍ଜେଇ ଏକ ନିଶା ଦ୍ରବ୍ୟ । ତେବେ କେବଳ ନିଶା ଭାବରେ ନୁହେଁ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଗଞ୍ଜେଇରେ କ୍ୟାନ୍ସର ପ୍ରତିରୋଧ କାରକ ଥିବା ନେଇ ମଧ୍ୟ କିଛି ବୈଜ୍ଞାନିକ ମାନେ ଦାବି କରିଥାନ୍ତି । ତେବେ ବିଶ୍ୱର ଅନେକ ଦେଶରେ ଏହି ପଦାର୍ଥର ବ୍ୟବହାରକୁ ବ୍ୟାନ କରାଯାଇଛି । ଆମେରିକା ପରି କିଛି ବିକାଶଶୀଳ ରାଷ୍ଟ୍ରରେ କିନ୍ତୁ ଏହାର ବିକ୍ରି ଉପରେ କୌଣସି ରୋକ ନାହିଁ ।

ଏହି ଧାରାରେ ସାମିଲ ହୋଇଛି ଥାଇଲାଣ୍ଡ । ପ୍ରଥମ ଏସୀୟ ଦେଶ ଭାବରେ ନିଜ ଦେଶରେ ଗଞ୍ଜେଇକୁ ବୈଧ ଘୋଷଣା କରିଛି ଥାଇଲାଣ୍ଡ । ନିଶା ପାଇଁ ଗଞ୍ଜେଇର ବ୍ୟବହାର କରୁଥିଲେ ଏଣିକି ଆଉ ଫାଇନ୍ କିମ୍ବା ଜେଲ ଦଣ୍ଡ ହେବ ନାହିଁ । ଶୁକ୍ରବାର ଏମିତି ଘୋଷଣା କରିଛନ୍ତି ଥାଇଲାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଆନୁଟିନ୍ ଚାର୍ନଭିରାକୁଲ୍ । ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଏହାି ନିଶା ଦ୍ରବ୍ୟକୁ ବୈଧ ଘୋଷଣା କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Advertisement

ଗଞ୍ଜେଇକୁ ବୈଧ ଘୋଷଣା କରାଯାଇଥିଲେ ହେଁ ସର୍ବସାଧାରଣ ସ୍ଥାନରେ ଗଞ୍ଜେଇ ସେବନ ଉପରେ କଟକଣା ରହିଛି । ବିଭିନ୍ନ କାଫେ କିମ୍ବା ରେଷ୍ଟୁରାଣ୍ଟ ଗୁଡିକରେ ଗଞ୍ଜେଇର ବ୍ୟବହାରକୁ ଅନୁମତି ଦିଆଯାଇଛି । ତେବେ ଖାଦ୍ୟ ଏବଂ ପାନୀୟରେ ଟେଟ୍ରାହାଇଡ୍ରୋକାନ୍ନାବିନୋଲର ମାତ୍ରା ୦.୨%ରୁ ଅଧିକ ରହିବା ଅନୁଚିତ୍ । ତେବେ ସର୍ବସାଧାରଣରେ ଗଞ୍ଜେଇ ସେବନ କଲେ ୮୦୦ ଡଲାର ପର୍ଯ୍ୟନ୍ତ ଅର୍ଥଦଣ୍ଡର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *