Pratidin TV

Odisha's Digital News Platform

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ…

1 min read

କେନ୍ଦ୍ରାପଡା : ଆଜିଠାରୁ ଆରମ୍ଭ ହେଲା ଭିତରକନିକା ଦେଶୀ ପକ୍ଷୀଗଣନା । ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ୩ ତାରିଖ ରେ ଆରମ୍ଭ ହୋଇଯାଇଛି ଦେଶୀୟ ପକ୍ଷୀ ଗଣନା । ଏହି ପକ୍ଷୀ ଗଣନା ୩ ତାରିଖ ରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ୫ଦିନ ଧରି ଏହି ପକ୍ଷୀ ଗଣନା ଚାଲିବ ।

ଖବର ଅନୁଯାୟୀ ପକ୍ଷୀ ଗଣନା ପାଇଁ ୪ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୪ ରୁ ଉର୍ଦ୍ଧ ବନକର୍ମଚାରି ରହିବେ । ମଠଆଡିଆ, ଲଷ୍ମୀପ୍ରସାଦ ଡିଆ ଓ ଦୃଗାପ୍ରସାଦ ଡିଆ ରେ ୩ଟି ଟିମ ଏବଂ ରାଜନଗର ରେଞ୍ଜ ଅଧୀନରେ ନୂଆ କରି ଏକମାଣିଆ ଡିଆ ଠାରେ ଅନ୍ୟ ଏକ ଟିମ ପକ୍ଷୀ ଗଣନା କରାଯିବ । ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଦେଶୀୟ ପକ୍ଷୀ ମାନଙ୍କ ର ଗଣନା କରାଯିବ ।ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *