Pratidin TV

Odisha's Digital News Platform

ହତ୍ୟା ନା ଆତ୍ମହତ୍ୟା ! ପ୍ରେମିକା ଆଗରେ ହୋଟେଲରେ ଜୀବନ ହାରିଲେ ପ୍ରେମିକ ….

1 min read

ଭଦ୍ରକ : ହୋଟେଲରେ ସାଙ୍ଗ ହୋଇ ରହିଥିଲେ ପ୍ରେମୀଯୁଗଳ , ହଠାତ ରାତି ଅଧ ରେ ଆତ୍ମହତ୍ୟା କରିଦେଲେ ଯୁବକ । ପ୍ରେମିକା ଆଖି ଆଗରେ ଗୋଟିଏ ରୁମରେ କେମିତି ଆତ୍ମହତ୍ୟା କରିଦେଲା ପ୍ରେମିକ । ଦେହରେ ନା ଅଛି ରସି ଦାଗ ନା ହାତ ଗୋଡରେ କୌଣିସ ଚିହ୍ନ ! କେମିତି ହେଲା ମୃତ୍ୟୁ ଏବେ ପ୍ରେମିକର ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ । କିନ୍ତୁ କଣ ସତ ଆଉ କଣ ମିଛ ତା ହୋଟେଲର ଚାରିକାନ୍ଥକୁ ଜଣା । ହତ୍ୟା ନା ଆତ୍ମହତ୍ୟା !

ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧିନ ଚରମ୍ପା ଷ୍ଟେସନ ନିକଟ ଏକ ହୋଟେଲରେ ଘଟିଛି। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ଥାନା ଅଧିନ ଜଳହରି ଗାଁ ର ଦେବରାଜ ସାମଲ ଜୈନିକ ଯୁବତୀ ଙ୍କ ସହ ଚରମ୍ପା ଷ୍ଟେସନ ନିକଟ ଏକ ହୋଟେଲରେ ରହିଥିଲେ । ରାତିରେ କୌଣସି କାରଣକୁ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ । ହୋଟେଲ ମାଲିକ ଘଟଣା ଜାଣି ଯୁବକଙ୍କୁ ପ୍ରେମିକା ସହ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ନେବା ସହ ଟାଉନ ପୋଲିସକୁ ଖବରଥିଲେ । କିନ୍ତୁ ଯୁବକ ଜଣଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ତେବେ ମୃତ ଯୁବକ ଜଣଙ୍କ ହେଉଛନ୍ତି ଭଣ୍ଡାରୀ ପୋଖରୀ ଥାନା ଅର୍ନ୍ତଗତ ଜଳହରି ଗାଁରେ ଦୂର୍ଯ୍ୟଧନ ସାମଲଙ୍କ ଏକମାତ୍ର ପୁଅ ଦେବରାଜ ସାମଲ (ବାପୁ) ବୟସ ୨୩ ।

Advertisement

ଅନ୍ୟପଟେ ଯୁବତୀ ଙ୍କୁ ଟାଉନ ପୋଲିସ ଆସିୟାନା ରେ ଛାଡିଛି । ଯୁବକ ଙ୍କ ପରିବାର ଲୋକେ ତାଙ୍କ ପୁଅ କୁ ଯୁବତୀ ଜଣକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଟାଉନ ପୋଲିସ ଘଟଣା କୁ ନେଇ ତଦନ୍ତ କରିଥିବା ବେଳେ ଯୁବତୀ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଘର ର ଗୋଟିଏ ପୁଅ ହୋଇଥିବାରୁ ଘର ଏବେ ପୁତ୍ରଶୂନ୍ୟ ହୋଇଯାଇଛି ବୋଲି କାନ୍ଧି କାନ୍ଧି କହିଛନ୍ତି ୩ ବିବାହିତ ଭଉଣୀ ଓ ଭିଣୋଇ । ଘରର ଏକମାତ୍ର ଗେହ୍ଲା ପୁଅ ବାପୁକୁ ହରାଇ ଦୁଃଖରେ ଭାଙ୍ଗିପଡିଛି ପୁରା ପରିବାରର ।

Leave a Reply

Your email address will not be published. Required fields are marked *