Pratidin TV

Odisha's Digital News Platform

ମହିଳା ଓ ପୁରୁଷଙ୍କ ଦେହର “କଳାଜାଇ” କେତେ ଶୁଭ ଓ ଅଶୁଭ ?

1 min read

ଭୁବନେଶ୍ୱର : ଦେହର କଳାଜାଇ ପ୍ରାକୃତିକ, ଜନ୍ମ ସମୟରେ ଅନେକଙ୍କ ଶରୀରରେ କଳାଜାଇ “ବାର୍ଥ ମାର୍କ” ରହିଥାଏ । ଯାହା ଅର୍ଥ ବହୁତ୍ ଭିନ୍ନ। ତେବେ ପୁରୁଷ ବା ମହିଳାଙ୍କ ଶରୀରରେ କଳାଜାଇ ଅର୍ଥ ଓ ବ୍ୟକ୍ତିଙ୍କ ସ୍ଵଭାବ ଉପରେ ଏନେଇ ପ୍ରଭାବ ମଧ୍ୟ ଭିନ୍ନ ରହିଥାଏ। କଳାଜାଇ ଅନେକ କ୍ଷେତ୍ରରେ ସୁନ୍ଦରତା ପ୍ରତୀକ ମଧ୍ୟ କୁହାଯାଏ, ନାରୀ ମାନେ ମୁଖ୍ୟତଃ ଏହି କଳାଜାଇ ନେଇ ଗର୍ବ ଅନୁଭବ କରୁଥିବା ବେଳେ ଅନେକ, କୃତ୍ରିମ ରୂପେ ଏହି କଳାଜାଇ ଶରୀରରେ ତିଆରି ମଧ୍ୟ କରନ୍ତି। ଶରୀର ର କିଛି ଅଙ୍ଗରେ କଳାଜାଇ ଭାଗ୍ୟବାନ ବ୍ୟକ୍ତି ବା ସଫଳ ବ୍ୟକ୍ତିତ୍ଵର ସଂକେତ ଦେଉଥିବା ବେଳେ ଅନେକ ସମୟରେ ଏହି କଳାଜାଇ ଅଶୁଭ ବା ଦ୍ଵନ୍ଦଗ୍ରସ୍ତ ମନ ଆଉ ବ୍ୟକ୍ତିତ୍ୱର ସଂକେତ ମଧ୍ୟଦିଏ। ତେବେ ଡର୍ମିଟୋଲୋଜିଷ୍ଟ ବା ଚର୍ମ ବିଶେଷଜ୍ଞ ମତରେ ଶରୀରରେ କାହିଁକି କଳାଜାଇ ସୃଷ୍ଟି ହୁଏ ଏହାର ପ୍ରକୃତ କାରଣ ଏବେ ବି ଏକ ରହସ୍ୟ। ତେବେ ଆଧ୍ୟାତ୍ମିକତାବାଦ ରେ ଏହି କଳାଜାଇ ମଣିଷର ଭବିଷ୍ୟତ ଉପଲବ୍ଧି ନେଇ କଣ ସୂଚନା ବା ସଂକେତ ଦିଏ ଚାଲନ୍ତୁ ଜାଣିବା।

ଜଙ୍ଘରେ କଳାଜାଇ ଭାଗ୍ୟବାନ ଓ ହର୍ଷପୂର୍ଣ୍ଣ ବ୍ୟକ୍ତିର ଲକ୍ଷଣ ଅଟେ। ଏମାନେ ସବୁବେଳେ ଖୁସି ସ୍ୱଭାବର ଅଟନ୍ତି।

Advertisement

ଗୋଡ଼ରେ କଳାଜାଇ ଥିବା ମହିଳା ବା ପୁରୁଷଙ୍କ ମଧ୍ୟରେ ସଠିକ୍ ନିଷ୍ପତି ନେବା ସଂକଳ୍ପ କମ୍ ଥାଏ । ଏମାନେ ଅନେକ ସମସ୍ୟା ସମ୍ମୁଖୀନ ହୁଅନ୍ତି। ଅନେକ ସମୟରେ ଦ୍ଵନ୍ଦଗ୍ରସ୍ତ ମଧ୍ୟ ରୁହନ୍ତି।

ଯଦି ଆପଣଙ୍କ ପାଦ ଆଙ୍ଗୁଳିରେ କଳାଜାଇ ରହିଛି ତେବେ ଆପଣ ଭ୍ରମଣପ୍ରୀୟ ଓ ଦୁଃସାହସିକ ଯାତ୍ରା ପସନ୍ଦ କରନ୍ତି। ଦୁନିଆଁ ଦେଖିବାକୁ ଆପଣଙ୍କ ଆଗ୍ରହ ଅଛି ଓ ନୂଆ ଲୋକ ଓ ସଂସ୍କୃତି ଦେଖିବାକୁ ଜାଣିବାକୁ ଆପଣ ରୁଚି ରଖନ୍ତି।

ଆଖିପତାରେ କଳାଜାଇ ଥିଲେ ବ୍ୟକ୍ତିଙ୍କ ସ୍ଵଭାବ ସବୁବେଳେ ସମସ୍ୟା ରେ ନିୟୋଜିତ ରହିବାଭଳି ଥାଏ। ଏମାନେ ମଜାମସ୍ତି ରେ ଅନେକ ଗମ୍ଭୀର ସମସ୍ୟାରେ ଫସନ୍ତି ହେଲେ ଏହା ଭିତରୁ ଶିକ୍ଷାନେଇ ବାହାରି ମଧ୍ୟ ଆସନ୍ତି।

ମହିଳାଙ୍କ ବକ୍ଷ ଉପରେ ବା ତଳେ କଳାଜାଇ ସଂକେତ ଦିଏ ଯେ ଏହି ପ୍ରକାର ବ୍ୟକ୍ତି ନିଜ କଠିନ ପରିଶ୍ରମ ମାଧ୍ୟମରେ ସବୁବେଳେ ସଫଳତା ପାଇବାକୁ ହକଦାର , ଏମାନେ ମଧ୍ୟ ଖୁସିମିଯାଜ ହେବା ସହ ରଙ୍ଗରୁପ ପ୍ରିୟ ଅଟନ୍ତି।

କାନ୍ଧ ପଛରେ କଳାଜାଇ ଥିବା ବ୍ୟକ୍ତିଙ୍କ ଜୀବନରେ ଉଦ୍ଦେଶ୍ୟ ଉଚ୍ଚ ଅଟେ ଓ ସଂଘର୍ଷ ପୂର୍ଣ୍ଣ ଅଟେ । ଏମାନଙ୍କୁ କେବଳ ଏହି ମାନଙ୍କ ପରି ବ୍ୟକ୍ତି ବୁଝିପାରିବେ ଓ ସଫଳ ହେବାରେ ସହାୟକ ହୋଇ ପାରିବେ।

ପିଠି ପଛରେ କଳାଜାଇ ଅର୍ଥ ବ୍ୟକ୍ତି ଜଣଙ୍କ ଖୋଲା ହୃଦୟ ଓ ପରିପକ୍ବ ମାନସିକଧାରୀ ବା ଓପନ୍ ମାଇଣ୍ଡଡେଡ୍।

ଯଦି ଆପଣଙ୍କ ହିଲ୍ ବା ଗୋଇଠି ରେ କଳାଜାଇ ଅଛି ତେବେ ଆପଣ ଜଣେ ଯୋଦ୍ଧା ହେବା ବା ଫାଇଟର ହେବା ସମ୍ଭାବନା ବହୁତ୍ ଅଧିକ।

ପେଟରେ ଥିବା କଳାଜାଇ ଅର୍ଥ, ଆପଣ ପ୍ରତି ବିଷୟରେ ନିଜ ସ୍ବାର୍ଥ ସବୁବେଳେ ଆଗ ଦେଖନ୍ତି ଓ ଆପଣଙ୍କ ଖାଦ୍ୟ ଲୋଭ ରହିଛି।

କପାଳ ଡାହାଣ ରେ କଳାଜାଇ ଅର୍ଥ ଆପଣ ଅନେକ ଜ୍ଞାନର ଅଧିକାରୀ । ବିଦ୍ୟା ଓ ପଢ଼ା ବିଷୟ ମାନଙ୍କରେ ଆପଣଙ୍କ ଦଖଲ ଅଧିକ, ଯଦି ବାମ କପାଳରେ କଳାଜାଇ ଅଛି ତେବେ ଆପଣଙ୍କ ସୃଜନାତ୍ମକ ଶକ୍ତି ରହିଛି । କଳା ସାହିତ୍ୟ ରେ ଆପଣଙ୍କ ପାରଦର୍ଶିତା ଅର୍ଜନ ସମ୍ଭାବନା ଅଧିକ ଓ ଯଦି ଆପଣଙ୍କ ଦୁଇ ଆଖି ମଝିରେ କଳାଜାଇ ଅଛି । ତେବେ ଆପଣଙ୍କ ପ୍ରେମମୟ ଜୀବନ ବହୁତ୍ ରଙ୍ଗୀନ ହେବ ସଂକେତ ଅଛି।

ହାତରେ କଳାଜାଇ ଥିବା ଅର୍ଥ ଯଦି ଆପଣ ପୁରୁଷ ତେବେ ଘରୋଇ କାମ ଆପଣ ଅତି ଦକ୍ଷତା ପୂର୍ଣ୍ଣ ଭାବେ କରିପାରନ୍ତି, ଓ ମହିଳାଙ୍କ କ୍ଷେତ୍ରରେ ଆପଣ ମହତ୍ୱକାଙ୍କ୍ଷୀ ବା କ୍ୟାରିୟର ଓରିଏନଣ୍ଟେଡ ଅଟନ୍ତି।

ବେକ, ବେକପଛ ଓ ଗଳା ରେ କଳାଜାଇ ସନ୍ତୁଳିତ ବ୍ୟକ୍ତି ଲକ୍ଷଣ ଓ ଏମାନେ ଅନ୍ୟକୁ ପ୍ରଭାବିତ କରିବା ଶକ୍ତି ରଖନ୍ତି। ଏମାନଙ୍କ ଜୀବନ ସାଧାରଣତଃ ସଫଳ ହୋଇଥାଏ ହେଲେ ଏହି ସଫଳତା ଏମାନଙ୍କୁ ନିଜ ପ୍ରିୟଜନଙ୍କ ଠାରୁ ଅନେକ ସମୟରେ ଦୂରେଇ ନେଇଯାଏ।

ମୁଁହ ଓ ଓଠ ରେ କଳାଜାଇ ଅର୍ଥ, ଏହି ପ୍ରକାର ବ୍ୟକ୍ତି କୁହାଳିଆ ହୋଇଥାନ୍ତି । ଏମାନଙ୍କ ଅର୍ଥରୋଜଗାର ଓ ସମ୍ପତି ଅଧିକାରୀ ହେବା ଯୋଗ ରହିଛି। ଏମାନେ ସନ୍ଦେହି ସ୍ଵଭାବର ହୋଇଥାନ୍ତି।

ତେବେ ଏହିସବୁ ସଂକେତ ଯାହା ଶରୀର ସଂକେତ ଶାସ୍ତ୍ରୀମାନେ, ମତ ଦିଅନ୍ତି ହେଲେ ପ୍ରକୃତରେ ମନୁଷ୍ୟ ନିଜଭାଗ୍ୟ ତା କର୍ମ ସହ ଜଡ଼ିତ ଥାଏ । ଏଣୁ ପ୍ରତ୍ୟେକ ମନୁଷ୍ୟ ନିଜ ସ୍ଵଭାବ ନେଇ କର୍ମ କଲେ ଉଚିତ୍ ଫଳ ପାଇ ପାରିବ ଯେଉଁଥିରେ ତା ଭାଗ୍ୟ ତାକୁ ସହାୟ ହୁଏ।

Leave a Reply

Your email address will not be published. Required fields are marked *