କୋଲଡ୍ରିଙ୍କରେ ନିଶା ଦ୍ରବ୍ୟ ଦେଇ ଲୁଟ୍ , ଅଚେତ ଅବସ୍ଥାରେ ୩ ଛାତ୍ର ଉଦ୍ଧାର…..
1 min readବଲାଙ୍ଗୀର : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆଜି ୩ ଜଣ ଛାତ୍ର ଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଏସଏସସି ପରୀକ୍ଷା ଦେବାକୁ ଆସି ଠକାମୀର ଶୀକାର ହୋଇଛନ୍ତି ୩ ଛାତ୍ର । ପିଲାଦିନେ ବାପା ମା ବୁଝାଇଥିବା ୨ ପଦ କଥା ଯେ ଅଜଣା ବ୍ୟକ୍ତି ଠୁ କିଛି ଖାଇବୁନି କି କିଛି ପିଇବୁନି । ତାହା ଆଜି ଆଖି ଆଗରେ ଉଦାହରଣ ପାଲଟିଯାଇଛି । ଷ୍ଟେସନରୁ କୋଲ୍ଡଡ୍ରିକ୍ସ ପିଇ ଅଚେତ୍ ହୋଇଗଲେ ୩ ଛାତ୍ର । ଏବଂ ଏହା ପରେ ଘଟିଲା ଜଘନ୍ୟ କାଣ୍ଡ ।
ଗତରାତ୍ରୀରେ ଇସ୍ପାତ ଟ୍ରେନ ଯୋଗେ ସମ୍ବଲପୁରରୁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଆସିଥିଲେ ୫ ଜଣ ଛାତ୍ର। ସେମାନେ ବେଳପଡା ବ୍ଲକ ଅରିଆର ବୋଲି ଜଣା ପଡ଼ିଛି। ତେବେ ଗତରାତ୍ରୀ ରେ ଗାଡି ନ ମିଳିବା ରୁ ସେମାନେ ରେଳ ଷ୍ଟେସନର ଅପେକ୍ଷାଲୟରେ ଶୋଇଥିଲେ। ତାଙ୍କ ସହିତ ଟ୍ରେନ ରେ ଆସୁଥିବା ଜଣେ ଅଜଣା ବ୍ୟକ୍ତି ତାଙ୍କୁ କୋଲଡ୍ରିଙ୍କ ପିଇବା ପାଇଁ ଅନୁରୋଧ କରିଥିଲା। କୋଲଡ୍ରିଙ୍କ ପିଇବା ପରେ ସେମାନେ ଅଚେତ ହୋଇ ଯାଇଥିଲେ। ୪ ଜଣଙ୍କ ମଧ୍ୟରୁ ଜଣେ କୋଲଡ୍ରିଙ୍କ ପିଇ ନ ଥିଲା। ତେବେ ଜଣକୁ ଛାଡ଼ି ତିନି ଜଣ ଅଚେତ ହୋଇଥିଲେ।
ଅଚେତ ଅବସ୍ଥାରେ ତାଙ୍କର ଟଙ୍କା ଓ ମୋବାଇଲ ଚୋରି ହୋଇଥିବା କହିଛନ୍ତି ଛାତ୍ର। ୩ ଜଣ ଛାତ୍ର ଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ରେଫର କରାଯାଇଛି।ତେବେ ଏ ବିଷୟରେ ଜିଆର୍ପି ପୋଲିସ କିଛି ପ୍ରତିକ୍ରିୟା ଦେବାକୁ ରୋକ ଠୋକ ମନା କରିଦେଇଛନ୍ତି।