Pratidin TV

Odisha's Digital News Platform

ଜନ୍ମାଷ୍ଟମୀରେ ଅଘଟଣ ; ଦହି ହାଣ୍ଡି ଭାଙ୍ଗି ମେଡିକାଲ ଛାତ୍ର ଗୁରୁତର ….

1 min read

ବଲାଙ୍ଗୀର : ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲ ରେ ଅଘଟଣ । ଦଧି ହାଣ୍ଡି ଭାଙ୍ଗୁଥିବା ବେଳେ ଅଘଟଣ ଘଟି ଜଣେ ଛାତ୍ର ଗୁରୁତର । ଛାତ୍ର ଜଣକ ତୃତୀୟ ବର୍ଷ ରେ ଅଧ୍ୟୟନ କରୁଥିବା ସଚିନ ଶୁଣ୍ଡା । ସେ ରାଜସ୍ଥାନର ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଜନ୍ମାଷ୍ଟମୀ ଉପଲକ୍ଷେ ବୁଧବାର ଭୀମ ଭୋଇ ମେଡିକାଲ କଲେଜ୍ ରେ ଦଧି ହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଛାତ୍ରମାନେ କରିଥିବା ମାନବ ଶୃଙ୍ଖଳ ଉପରେ ଚଢି ଦଧି ହାଣ୍ଡି ଭାଙ୍ଗିବାକୁ ସଚିନ ପ୍ରୟାସ କରୁଥିଲେ । ଏହି ସମୟରେ ସେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ । ଫଳରେ ତାଙ୍କର ହାତ ଭାଙ୍ଗି ଯାଇଥିବା ସୂଚନା ରହିଛି । ଭୀମ ଭୋଇ ମେଡିକାଲ ର ଆଇ ସି ୟୁ ରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବସ୍ଥା ସ୍ଥିତ ରହିଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *