Pratidin TV

Odisha's Digital News Platform

ବିକାଶର ବିକଳ ଦୃଶ୍ୟ ; ଗାଁକୁ ନାହିଁ ରାସ୍ତା ରୋଗୀକୁ ନେବାକୁ ଆସିପାରିଲାନି ଆମ୍ବୁଲାନ୍ସ ….

ଜଳେଶ୍ୱର : ସାମ୍ନାକୁ ଆସିଲା ଓଡିଶା ବିକାଶର ବିକଳ ଦୃଶ୍ୟ । ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ସ୍ବେଚ୍ଛାସେବୀ ସଂଗଠନ ସହଯୋଗ ରେ ଡାକ୍ତରଖାନା ଗଲେ ରୋଗୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଖାଲିନା ଗ୍ରାମର ନିତ୍ୟାନନ୍ଦ ରାଉଳ ୧୫ ଦିନ ତଳେ ପଡିଯାଇ ଆହତ ହୋଇଥିଲେ ।

ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ମଧ୍ୟ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଟି ଆସିପାରିନଥିଲା । ସ୍ତ୍ରୀ କାଞ୍ଚନ ତାଙ୍କୁ ଡାକ୍ତରଖାନା ନେବା ଗ୍ରାମବାସୀଙ୍କୁ ନିବେଦନ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଶେଷରେ ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟ ମାନେ ଏକ ବାଉଁଶ ଓ ଲୁଗାରେ ଦୋଳି କରି କାନ୍ଧରେ ବହି ନେଇ ଅଟୋ ସାହାଯ୍ୟ ରେ ଡାକ୍ତରଖାନା ନେଇଥିଲେ। ତେବେ ଓଡିଶା ବିକାଶ ନାଁରେ ଡେଙ୍ଗୁରା ପିଟୁଥିଲା ବେଳେ ଏଭଳି ଅବିକଶିତ ଆଉ ଅବହେଳିତ ହୋଇ ରହିଯାଇଛି ଜଳେଶ୍ୱରର ଖାଲିନ ଗାଁ ।

Leave a Reply

Your email address will not be published. Required fields are marked *