Pratidin TV

Odisha's Digital News Platform

କୌଣସି ବି କାମ ଆଗରୁ ନିଜକୁ ପଚାରନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୩ ପ୍ରଶ୍ନ, ସଫଳତା ନିଶ୍ଚିତ ମିଳିବ

1 min read

କାର୍ଯ୍ୟ ଆରମ୍ଭ ପୂର୍ବରୁ ସଫଳତା ଓ ବିଫଳତା ଚିନ୍ତା ବା ଆଶା ମନୁଷ୍ୟ ମନକୁ ସର୍ବଦା ଦ୍ଵନ୍ଦଗ୍ରସ୍ତ କରି ଅନେକ ସମୟରେ କିଂକର୍ତ୍ତବ୍ୟ ବିମୁଢ଼ କରି ପକାଏ। ଯାହା ଦ୍ଵାରା ମନୁଷ୍ୟ ମନ ବିଚଳିତ ହେବାସହ ମନୁଷ୍ୟ ଲକ୍ଷରୁ ବିଚ୍ୟୁତ ହୋଇପଡେ, ଓ ମନୁଷ୍ୟ ମସ୍ତିଷ୍କ ଚିନ୍ତାରେ ଦୁର୍ବଳ ହୋଇଉଠେ । ତେବେ ଆଚାର୍ଯ୍ୟ ଚାଣକ୍ୟ ମତରେ ୩ ପ୍ରଶ୍ନ ନିଜକୁ ପଚାରନ୍ତୁ ଓ ତାହାର ସଚ୍ଚୋଟ ଉତ୍ତର ଆପଣଙ୍କୁ ସଂକେତ ଦେବ ଯେ କୌଣସି କାମ ଆପଣଙ୍କୁ କରିବା ଆବଶ୍ୟକ ନା ନକରିବା ଆବଶ୍ୟକ।

୧. ମୁଁ କାହିଁକି ଏହି କାମ କରିବାକୁ ଚାହୁଁଛି ?

Advertisement

କୌଣସି କାର୍ଯ୍ୟ ଆଗରୁ ସେହି କାମପାଇଁ ଆପଣଙ୍କ ପ୍ରେରଣା ଉତ୍ସ କଣ ? ବା ମୋଟିଭେଶନ କଣ ?ଖୋଜନ୍ତୁ ଯାହା ସବୁବେଳେ ଆପଣଙ୍କୁ କାମ କରିବାକୁ ପ୍ରୋତ୍ସାହିତ କରିବ ତାହା ସ୍ଥିର କରନ୍ତୁ। କାରଣ ଅନେକ ସମୟରେ ପ୍ରେରଣା ଉତ୍ସ ବା ମୋଟିଭେଶନ ବଦଳିଗଲେ ସେ କାମ କରିବାକୁ ଇଚ୍ଛା ଆଉ ରୁହେନାହିଁ।

୨. ଏହି କାର୍ଯ୍ୟଫଳ କଣ ହେଇ ପାରିବ ?

କାର୍ଯ୍ୟର ଫଳାଫଳ ଓ ରିସ୍କ ସମାନ ସମାନ ଥାଏ , ହେଲେ ହାରିବାର କୁ ଥିବା ବିଷୟ, ଟଙ୍କା ବା ବ୍ୟକ୍ତି ବା କିଛି ଭି କଣ ପାଇବାକୁ ଥିବା ବିଷୟ ଠାରୁ କମ୍ ନା ଅଧିକ ସେ ନିର୍ଣ୍ଣୟ ଆପଣଙ୍କୁ ନିଜକୁ ନେବାକୁ ହେବ। ଯାହା ଦ୍ଵାରା ଯଦି ଆପଣ ହାରିଲେ ତେବେ କଣ ‘ ହାରିଲେ ତାହା ଆପଣଙ୍କୁ ଭିତରୁ ବା ମାନସିକ ରୂପେ ଭାଙ୍ଗି ନଦେଉ ବରଂ ଶିକ୍ଷା ସହ ମଜବୁତ୍ କରୁ। ଏହା ନିର୍ଣ୍ଣୟ ଆପଣଙ୍କୁ ନିଜକୁ ନେବାକୁ ପଡିବ ଓ ମୁଁ ଫଳାଫଳ ଯାହା ବି ହେଉ ସ୍ବୀକାର କରିବାର ମାନସିକତା ରଖିବାକୁ ପଡିବ।

୩. କଣ ମୁଁ ଏଥିର ସଫଳ ହେବି ?

ମନୁଷ୍ୟ ସଂକଳ୍ପ ଶକ୍ତି ତାକୁ ଅସମ୍ଭବ ବି ସମ୍ଭବ କରିବା ଶକ୍ତି ଦିଏ, ହେଲେ ନିଜେ ଆପଣ ନିଜ ସାମର୍ଥ୍ୟ ବି ଥରୁଟେ ପରୀକ୍ଷା କରିନେବା ଆବଶ୍ୟକ। ଯାହା ଆପଣଙ୍କୁ confident କରୁ ହେଲେ over Confidence ନ ଭରିଦେଉ।

ଏଣୁ ନିଜକୁ ଏହି ପ୍ରଶ୍ନ ପଚାରି ଉତ୍ତର ଅପେକ୍ଷା କରନ୍ତୁ। ଏହି ପ୍ରଶ୍ନ ସହ କିଛି ସମୟ ନିଜ ମନ ଓ ମସ୍ତିଷ୍କ କସରତ କରନ୍ତୁ। ଯାହା ବି ଉତ୍ତର ଆସିବ, କର୍ମସିଦ୍ଧି ରେ ନିଶ୍ଚିତ ଆପଣଙ୍କୁ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *