Pratidin TV

Odisha's Digital News Platform

ଯେତେ ରୋଜଗାର କଲେ ପାଖରେ ଟଙ୍କା ରହୁନାହିଁ କି ! ଏହି ପାଞ୍ଚଟି କାରଣ ପାଇଁ ପୁଅ ମାନଙ୍କ ପାଖରୁ ଛାଡିଯାଆନ୍ତି ଲକ୍ଷ୍ମୀ

1 min read

ସାଧରଣତଃ ଝିଅ ଟଙ୍କା ଖର୍ଚ୍ଚ ଓ ପୁଅ ଟଙ୍କା ରୋଜଗାର କରିବା କଥା ଆମ ସମାଜରେ ପ୍ରଚଳିତ ଅଛି । ଯଦିଓ ଏବେ ସମୟ ବଦଳିଛି ହେଲେ କଥାରେ ଅଛି ଝିଅ ନିଜ ସୁନ୍ଦରତା ଓ ପୁଅ ନିଜ ରୋଜଗାର ପାଇଁ ଲୋକଙ୍କ ପ୍ରଶଂସା ପାଏ।

ଅର୍ଥ ବା ଟଙ୍କା ରୋଜଗାର ଏକ ନିଶା, ଯାହା ପୁଅ ମାନଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳେ। ହେଲେ କିଛି କାରଣ ଏମିତି ରଖିଥାଏ ଯାହା ମା ଲକ୍ଷ୍ମୀଙ୍କୁ ରଗେଇ ଦିଏ ଆଉ ପୁଅ ଲକ୍ଷ୍ମୀ ହେଇଯାଆନ୍ତି। ତେବେ ଅନେକ ଲକ୍ଷ୍ମୀଛଡ଼ା ଶବ୍ଦ କୁ ଗାଳି ବୋଲି ମଧ୍ୟ ବ୍ୟବହାର କରନ୍ତି। ଯାହା ନାରୀ ଓ ପୁରୁଷ କ୍ଷେତ୍ରରେ ପ୍ରଯୁଜ୍ୟ। ପୁରୁଷ ଯଦି ଲକ୍ଷ୍ମୀଛଡ଼ା ହୁଏ ତେବେ ତା ଅବସ୍ଥା ଶୋଚନୀୟ ହୋଇପଡେ।

Advertisement

କୁହାଯାଏ ଯେ ଲକ୍ଷ୍ମୀଙ୍କ ଜଣେ ଭଉଣୀ ଅଛନ୍ତି ସେ ହେଲେ ଅଲକ୍ଷ୍ମୀ ସେ କଳିଯୁଗ ର ଦ୍ଵିତୀୟ ସ୍ତ୍ରୀ, ତେବେ ଲକ୍ଷ୍ମୀ ଓ ଅଲକ୍ଷ୍ମୀ ଏକା ସାଙ୍ଗରେ ରୁହନ୍ତି ନାହିଁ । ଯେଉଁ ପୁରୁଷ ପାଖେ ଅଲକ୍ଷ୍ମୀ ଥାଏ ସେ ଲକ୍ଷ୍ମୀ ଛଡ଼ା ହେଇଯାଏ, ତେବେ ଏହାର କାରଣ ଚାଲନ୍ତୁ ଜାଣିବା।

୧. ଯେଉଁ ପୁରୁଷ ନିଜ କର୍ମକ୍ଷେତ୍ର ଓ ଗୃହ ଅପରିଷ୍କାର ରଖେ, ନିଜ ପୋଷାକ ଓ ବ୍ୟବହାର ମଳିନ କରେ ତା ପାଖେ ଲକ୍ଷ୍ମୀ ରୁହନ୍ତି ନାହିଁ।
୨. ଅଧିକ ଖଟା ଖାଉଥିବା, ଅଧିକ ରାଗ ଓ ଅଧିକ ତିକ୍ତ ଖାଦ୍ୟ ଖାଉଥିବା ବ୍ୟକ୍ତି ଠାରୁ ଲକ୍ଷ୍ମୀ ଦୂରେଇ ଯାଆନ୍ତି।
୩. ଯିଏ ସବୁବେଳେ ବାସି ଓ ତାମସିକ୍ ପ୍ରବୃତ୍ତି ରେ ବୁଡି ରୁହେ, ଡେରି ପର‌୍ୟ୍ୟନ୍ତ ଶୋଇରୁହେ ଓ ସର୍ବଦା ନିଶାସକ୍ତ ରୁହେ ତା ନିକଟରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି।

୪. ଯେଉଁ ପୁରୁଷ ଉଦ୍ୟୋଗି ନୁହେଁ, ଓ ଅନ୍ୟକୁ ଅସମ୍ମାନିତ କରେ ତାହା ସହ ଯିଏ ମହିଳାଙ୍କୁ ହୀନ ତଥା କୁତ୍ସିତ ବ୍ୟବହାର କରେ ତା ନିକଟରେ ଲକ୍ଷ୍ମୀ ରୁହନ୍ତି ନାହିଁ।

୫. ସବୁଠାରୁ ବଡ଼ ଯେଉଁ ପୁରୁଷ କଳି ଝଗଡ଼ା ଓ ଅନ୍ୟକୁ ହଇରାଣ କରିବା ମାନସିକତା, ଜୁଆ ଖେଳିବା , ବେଶ୍ୟା ଗମନ ନିକଟକୁ ଗମନ କରିବା ରେ ଲିପ୍ତ ରହିବା ସହ, ଛୋଟ ପିଲାଙ୍କୁ ଯିଏ ନ ଭଲପାଆନ୍ତି ତା ନିକଟରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି।

ମଣିଷର ବାହ୍ୟ ଓ ଅନ୍ତଃ ଉଭୟ ଶୁଦ୍ଧ ରହିଲେ ଲକ୍ଷ୍ମୀ ଆପେ ଆପେ ଆସନ୍ତି।ଏଣୁ ପ୍ରତ୍ୟେକ ପୁରୁଷ ଏହି ଦିଗରେ ଯତ୍ନବାନ୍ ହେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *