Pratidin TV

Odisha's Digital News Platform

ବାକି ଟଙ୍କା ମାଗିବାରୁ ଦୋକାନିକୁ ମରଣାନ୍ତକ ଆକ୍ରମଣ ; ଦୋକାନ ଉପରେ ଚଢାଇଲା ଟ୍ରକ୍….

1 min read

ଆଠଗଡ : ଦୋକାନ ବାକି ଟଙ୍କା ମାଗିଲେ ବୋଲି ଦୋକାନୀ ଉପରେ ମରଣାନ୍ତକ ଆକ୍ରମଣ। ସନ୍ଧ୍ୟାରେ ଟ୍ରକ୍ ଚଢାଉ ଦୋକାନ କୁ ମାଟିରେ ମିଶାଇଲା ଅଭିଯୁକ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମ ରେ। ଜେନାପଦା ଦଳ ଗ୍ରାମ ର ସମୀର କୁମାର ନାୟକ(୪୦) ଗାଁ ଛକରେ ଏକ ପାନ ଦୋକାନ ସହିତ ଭେରାଇଟ ଷ୍ଟୋର କରିଥିଲେ। ସେହି ଗ୍ରାମର ଜଣେ ଡ୍ରାଇଭର ପଙ୍କଜ ନାଏକ(୩୫) ତାଙ୍କ ଠାରୁ ବିଭିନ୍ନ ସମୟରେ ଜିନିଷ ବାକିରେ ନେଇଥାନ୍ତି।

ଆଜି ସକାଳୁ ପଙ୍କଜ ଉପରେ ବାକି ଥିବା ୧୬୦୦ ଟଙ୍କା ମାଗିବାରୁ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପଙ୍କଜ ଏକ କଟୁରୀ ଆଣି ସମୀର କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଏ ବାବଦରେ ସମୀର ଆଠଗଡ଼ ଥାନା ରେ ଅଭିଯୋଗ ମଧ୍ୟ କରିଥିବା ଜଣାପଡିଛି।

Advertisement

ସନ୍ଧ୍ୟାରେ ଅତ୍ୟଧିକ ମଦ୍ୟପାନ କରି ପଙ୍କଜ ଚଲାଉଥିବା ଏକ ୧୪ ଚକିଆ ଟ୍ରକ ଆଣି ସମୀର ଦୋକାନ ଭିତରକୁ ଚଢାଇ ଦେଇଥିଲା। ଏଥିରେ ଦୋକାନ ରେ ଥିବା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଏବଂ ଜିନିଷ ନଷ୍ଟ ହେବା ସହିତ ସେଠାରେ ବସିଥିବା ପାଞ୍ଚ ଜଣ ଲୋକ ଅଳ୍ପକେ ଵଞ୍ଚି ଯାଇଥିଲେ। ଖବର ପାଇ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *