Pratidin TV

Odisha's Digital News Platform

ପୁଣି ଚମ୍ପା ଘାଟିରେ ଓଲଟିଲା ଟ୍ରକ , ଡ୍ରାଇଭର ଗୁରୁତ୍ୱର….

1 min read

ମୋହନା : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଚମ୍ପା ଘାଟିରେ ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗଛକୁ ଧକା ଦେଇ ଓଲଟି ପଡିଛି ଟ୍ରକ ,ଡ୍ରାଇଭର ଗୁରୁତ୍ୱର ।

ସୂଚନା ପ୍ରକାରେ ଆଜି ସକାଳ ଆଠଟା ସମୟରେ ପାରଳାଖେମୁଣ୍ଡି ପଟୁ ବାହାରି କଟକ ଅଭିମୁଖେ ଯାଉଥିବା ଏକ ପୁରୁଣା ବିଅର କାଚ ବୋଝେଇ ଟ୍ରକ ଚମ୍ପାଘାଟିର ବୁଲାଣିରେ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଓଲଟି ପଡିଥିଲା । ଘଟଣା ସ୍ଥଳରେ ରା.ଉଦୟଗିରି ଓ ମୋହନା ଉଭୟ ଦମକଳ ବାହିନୀ ପହଞ୍ଚି ଗାଡିରେ ଫସି ରହିଥିବା ଉଭୟ ଡ୍ରାଇଭର ଓ ହେଲ୍ପରକୁ ଉଦ୍ଧାର କରିଥିଲେ । ଏହାପରେ ଉଭୟ ଡ୍ରାଇଭର ଓ ହେଲ୍ପରଙ୍କୁ ଆମ୍ବୁଲାନ୍ସ ଯୋଗେ ରା.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡ୍ରାଇଭରଙ୍କ ମୁଣ୍ଡରେ ଓ ଗୋଡ଼ରେ ଅତ୍ୟଧିକ ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି ।

Advertisement

ତେବେ ଡ୍ରାଇଭର ଜଣକ କଟକ ସଦରର ପ୍ରେମାନଦ ସାହୁ (୬୬) ହୋଇଥିବାବେଳେ ହେଲ୍ପର ଜଣକ ଯାଜପୁର ଅଞ୍ଚଳର ରମାକାନ୍ତ ପାତ୍ର ବୋଲି ସୂଚନା ମିଳିଛି । ଘଟଣା ସ୍ଥଳେ ରା.ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ବାରାମ୍ବାର ଚମ୍ପା ଘାଟିର ବୁଲାଣିରେ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାବେଳେ ପ୍ରଶାସନ ଏଠି ମୁକ ବଧିର ସାଜିଛି । ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ ?

Leave a Reply

Your email address will not be published. Required fields are marked *