Pratidin TV

Odisha's Digital News Platform

ବିଶ୍ୱକର୍ମା ପୂଜାରେ ଜନ୍ମ ଶିଶୁ ଚିତ୍ରଶିଳ୍ପୀ ଲଳିତ , ନିଜ ହାତରେ ଜୀବନ୍ତି କରିଦିଅନ୍ତି ଚିତ୍ର ….

1 min read

କଟକ : ବୟସ ମାତ୍ର ୧୨ ବର୍ଷ । ହେଲେ ଚିତ୍ରକଳାରେ କମ ନୁହନ୍ତି । ଶିକ୍ଷାଲାଭ ପ୍ରତି ଆଗ୍ରହ,ଶ୍ରଦ୍ଧାଭାବ,କଠିନ ପରିଶ୍ରମ,ଉଚ୍ଚ ହେବାର ଆଶା ଏସବୁ ଦିଗରେ ସାଧନା ଜାରିରଖି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ମେଧାଛାତ୍ର କୁନି ଚିତ୍ରକର ଲଳିତ ନାରାୟଣ ସ୍ୱାଇଁ । ପିତା ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ବିଭୁ ପ୍ରସାଦ ସ୍ୱାଇଁ ଓ ମାତା ଧର୍ମପ୍ରାଣା ଇତିଶ୍ରୀ ମହାପାତ୍ରଙ୍କ ସୁପୁତ୍ର ଲଳିତ । କଟକ ସଦର ଉପକଣ୍ଠ ଫକୀରପଡା ଗ୍ରାମରେ ଜନ୍ମ ନିୟନ୍ତି ୨୦୧୧ ମସିହାରେ । ବାର ବର୍ଷ ବୟସର ପିଲାଟିର ପାଠ ପଢା ପ୍ରତି ଯେମିତି ଆଗ୍ରହ,ଠିକ ସେମିତି ଚିତ୍ରକଳା ପ୍ରତିବି ଆଗ୍ରହ । ଅଧୁନା ସେ କନ୍ଦରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରରେ ସପ୍ତମ ଶ୍ରେଣୀରେ ଶିକ୍ଷାଲାଭ କରୁଛନ୍ତି ।

ଯୁଗନିର୍ମାତା ପ୍ରଭୁ ବିଶ୍ଵକର୍ମା ପୂଜା ଦିନ ଜନ୍ମ ହୋଇଥିବା ଲଳିତ ଆଜି ନିଖୁଣ ଭାବରେ ଯେ କୌଣସି ଚିତ୍ର ଆଙ୍କି ଚିତ୍ରକଳା ପ୍ରତି ନିଜର ଆଗ୍ରହ ପ୍ରଦର୍ଶନ ଜାହିର କରିପାରିଛି । ଯେକୌଣସି ମହାପୁରୁଷଙ୍କ ଫୋଟୋ ଚିତ୍ର ହେଉ କି ଆଉ କାହାର ଫୋଟୋଚିତ୍ର ବା କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିଜର ନିଖୁଣ କୌଶଳ ଆଉ ତୁଳୀରେ ମାଧ୍ୟମରେ ଲଳିତ ଦେଉଛନ୍ତି ବାସ୍ତବ ରୂପ ରେଖ ଯାହାକି ଖୁବ ଆକର୍ଷଣ କରିଛି ଦର୍ଶକ ମାନଙ୍କୁ । କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ଥିବାରୁ ଲଳିତ ସମୟର ସଦୁପଯୋଗ ସହ ଘରେ ସ୍କୁଲର ପାଠପଢା ସହ ଚିତ୍ର ଆଙ୍କିବା ଅଭ୍ୟାସ ଜାରୀରଖି ଖୁବ୍ ସଫଳତା ଲାଭ କରିଛନ୍ତି । ଏତେ କମ ବୟସରୁ ଏଭଳି ସୁନ୍ଦର ଚିତ୍ରକଳା ପାଇଁ ଲଳିତ ଏବେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ଉଚ୍ଚ ପ୍ରଶଂସିତ ଆଉ ସମ୍ବର୍ଦ୍ଧିତ । ଏତେ କମ ବୟସରୁ ତାଙ୍କ ଚିତ୍ରକଳାରେ ପ୍ରଦର୍ଶନ ପାଇଁ ଲଳିତର ବାପା,ମା,ଗୁରୁଜନ,ବିଦ୍ୟାଳୟ ତଥା ସ୍ଥାନୀୟ ଅଞ୍ଚଳରେ ସମସ୍ତେ ଗର୍ବିତ ଓ ଦେଇଚାଲିଛନ୍ତି ପ୍ରେରଣା ଆଉ ଉତ୍ସାହ । ବିଭିନ୍ନ ପତ୍ର ପତ୍ରିକା ରେ ତାଙ୍କ କୃତିତ୍ୱ ପ୍ରକାଶିତ ହୋଇ ଖୁବ୍ ପାଠକୀୟ ସ୍ଵୀକୃତି ଲାଭ କରିବା ସହ ଅନେକ କୋମଳମତି ପିଲାମାନଙ୍କୁ ପ୍ରେରଣା ଯୋଗାଇ ଆସୁଛି ।

Advertisement

ସାହିତ୍ୟକୁ ଭଲ ପାଉଥିବା ଏହି ଶିଶୁ ପ୍ରତିଭା ପ୍ରଜାତନ୍ତ୍ର ମିନାବଜାର, କୁନି ପ୍ରତିଭା, କିଶୋର ସ୍ୱାକ୍ଷର ଆଦି ଅନେକ ପତ୍ର ପତ୍ରିକାରେ ନିଜର ଗଳ୍ପ, କବିତା ରଚନା କରି ଖୁବ୍ ପାଠକୀୟ ସ୍ଵୀକୃତି ଲାଭ କରିଛନ୍ତି । ତାଙ୍କ ସାଧନାର ସିକୃତି ସ୍ୱରୂପ ସେ ସରସ୍ବତୀ କଳା ପରିଷଦ କନ୍ଦରପୁର, ଉତ୍କଳ ନ୍ୟୁଜ ଚୌଦ୍ଵାର, ପ୍ରବାସୀ ଓଡ଼ିଆ ଅଭିଯାନ ଦିଲ୍ଲୀ, ବରିଷ୍ଠ ଆଇନୀଜିବୀ ସଂଘ କଟକ, ସୃଜନଶୀଳ କିଶୋର ପ୍ରତିଭା ମଂଚ କଟକ ଆଦି ବହୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ । ଏହି ଶିଶୁ ପ୍ରତିଭାଙ୍କ ସ୍ବପ୍ନ ହେଉ ସଫଳ ସମାଲବ୍ଧ ଆଉ ଶୁଭଙ୍କର ଏବଂ ପ୍ରତିଭାର ପରିଚିତ ସ୍ୱରୂପ ସମାଜରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରନ୍ତୁ ଏତିକି ପାର୍ଥନା ।

Leave a Reply

Your email address will not be published. Required fields are marked *