Pratidin TV

Odisha's Digital News Platform

ଉତ୍କଳ ବିଶ୍ୱବିଦ୍ୟାଳରେ ଛାତ୍ର ଅଶାନ୍ତ ; ହଷ୍ଟେଲକୁ ନେଇ କରାଯାଉଛି ପାତର ଅନ୍ତର …

1 min read

ଭୁବନେଶ୍ୱର ; ପୁଣି ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତ । ହଷ୍ଟେଲ ରୁମ୍ ପାଇଁ ଆଜି ଧାରଣାରେ ବସିଲେ ଛାତ୍ର । ଖବର ଅନୁଯାୟୀ ଆଜି ପିଜି ଡିପାର୍ଟମେଣ୍ଟର ଦ୍ଵିତୀୟ ବର୍ଷର ଛାତ୍ର ପିଜି କାଉନ୍ସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହା ସହ ଭିସିଙ୍କୁ ସିଧା ଏହି ମାମଲାରେ ହସ୍ତକ୍ଷପ କରିବାକୁ ନାରା ଦେଇଛନ୍ତି ।

ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ହଷ୍ଟେଲକୁ ନେଇ ଛାତ୍ର ମାନଙ୍କ ଭିତରେ ପାତର ଅନ୍ତର କରାଯାଉଛି । ହଷ୍ଟେଲରେ ସିଙ୍ଗିଲ ରୁମ ମିଳୁନଥିବା ନେଇ ଅଭିଯୋଗ ଆଣିଥିଲେ ଛାତ୍ର କିନ୍ତୁ କଲେଜ କତ୍ତୃପକ୍ଷ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

Advertisement

ଏନେଇ ଆଜି ଛାତ୍ରମାନେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି । ଯଦି ଆଜି ଘଟଣାର ସମାଧାନ ନ ହେଲେ ଧାରଣା ଜାରି ରହିବ ବୋଲି କହିଲେ ଛାତ୍ର ।

Leave a Reply

Your email address will not be published. Required fields are marked *