Pratidin TV

Odisha's Digital News Platform

ଭାରତର ଅପୂର୍ବ ବିଜୟୀ ; କଲୋମ୍ବୋରରେ କମାଲ କଲେ କୋହଲି,କେଏଲ ଓ କୁଲଦୀପ୍ …

1 min read

ନୂଆଦିଲ୍ଲୀ ; ବଳ ଦେଖାଇଲା ଭାରତ । ବିଶ୍ୱ ଦେଖିଲା ଭାରତୀୟ କ୍ରିକେଟରଙ୍କ କମାଲ । ଚଳିତ ଏସିଆ କପ୍‌ରେ ଭାରତ ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି । କଲୋମ୍ବୋପଡିଆରେ ବର୍ଷା ବାଧକତା ପରେବି କାଲି ଦମଦାର ବିଜୟ ହାସଲ କରିଛନ୍ତି ଭାରତ । ବର୍ଷା ପାଇଁ ଲମ୍ବିଥିବା ଏହି ଏସିଆ କପ୍ ମ୍ୟାଚ୍ ରେ ଐତିହାସିକ ରେକର୍ଡ କରିଛନ୍ତି ବିରାଟ କୋହଲି ଓ କେଏଲ ରାହୁଲ। ଏସିଆ କପରେ ପୂର୍ବରୁ ଯାହା ଘଟି ନଥିଲା, ସେକଥା ପାକିସ୍ତାନ ବିପକ୍ଷ ମ୍ୟାଚରେ କରି ଦେଖାଇଛନ୍ତି ଏହି ଯୋଡ଼ି।

ପାକିସ୍ତାନ ବିପକ୍ଷରେ ବିରାଟ ଓ ରାହୁଲ ଶତକ ହାସଲ କରିଛନ୍ତି। ଶୁବମନ୍ ଗିଲ୍ ଓ ରୋହିତ୍ ଶର୍ମାଙ୍କ ପରେ ଗତକାଲି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ ହରାଇ ୩୫୬ ରନ କରିଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବା ପାଇଁ ବିଶାଳ ୫୭ ରନର ଟାର୍ଗେଟ ଦେଇଥିଲେ । ତେବେ ବିରାଟ ଓ ରାହୁଲ ୨୩୩ ରନର ଭାଗିଦାରୀ କରି ଏସିଆ କପରେ ପୂର୍ବରୁ ଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Advertisement

ବିରାଟ କୋହଲି (୧୨୨) ଓ କେଏଲ ରାହୁଲ(୧୧୧) ଙ୍କ ବ୍ୟାକ୍ତିଗତ ଶତକ ଏବଂ ଦ୍ୱିଶତକ ଭାଗିଦାର (୨୩୩)ବଳରେ ଭାରତ ୩୫୬ ରନ୍‌ର ବଡ ସ୍କୋର ଛିଡା କରିଥିଲା । ଅନ୍ୟପଟେ ବ୍ୟାଟରଙ୍କ ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ କମାଲ କରିଛନ୍ତି ଭାରତୀୟ ବୋଲର। ତେବେ ବୋଲିଂରେ କୁଲଦୀପ ଯାଦବ ୫ ୱିକେଟ ନେଇ ପାକିସ୍ତାନକୁ ଧୂଳି ଚଟାଇ ଦେଇଛନ୍ତି। ଭାରତ ଦେଇଥିବା ୩୫୭ ରନର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ କେବଳ ୧୨୮ ରନରେ ଅଟକି ଯାଇଥିଲା। ଏପରି କି ଦଳ କେବଳ ୩୨ ଓଭର ହିଁ ବ୍ୟାଟିଂ କରିବାକୁ ସକ୍ଷମ ହୋଇପାରିଥିଲା ।

Leave a Reply

Your email address will not be published. Required fields are marked *