Pratidin TV

Odisha's Digital News Platform

ସରକାରୀ ଚିକିତ୍ସାଳୟରେ ଡେଙ୍ଗୁ ପାଇଁ ଚିକିତ୍ସିତ ହୋଇ ସୁସ୍ଥ ହେଲେ ‘ମୁଖ୍ୟ ଶାସନ ସଚିବ’ ….

1 min read

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁପାଇଁ ଚିକିତ୍ସିତ ହେଇ ସୁସ୍ଥହେଲେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା । ସୂଚନାରୁ ପ୍ରକାଶ ଯେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଡେଙ୍ଗୁ ଆକ୍ରାନ୍ତ ହେବାପରେ ସରକାରଙ୍କ ଦ୍ଵାରା ପରିଚାଳିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଏହାପରେ ରାଜଧାନୀ ଚିକିତ୍ସାଳୟ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଜଣେ ସାଧାରଣ ବ୍ୟକ୍ତି ଭଳି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଚିକିତ୍ସା କରାଯିବା ସହ ମେଡିକାଲ୍ ଔଷଧ ଦେଇ ତାଙ୍କୁ ଚିକିତ୍ସିତ କରାଯାଇଥିବା ସୂଚନା ଦେଇଥିଲେ। ତେବେ ରାଜ୍ୟର ମୁଖ୍ୟ ଶାସନ ସଚିବ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥହେବା ସମସ୍ତ ଡାକ୍ତର ତଥା ହସ୍ପିଟାଲ୍ କର୍ମଚାରୀଙ୍କ ମନୋବଳ ଆହୁରି ମଜବୁତ୍ କରିଛି ବୋଲି ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି।

Advertisement

ଅନେକ ସମୟରେ ସରକାରୀ କର୍ମଚାରୀ ଓ ଶିକ୍ଷକ ନିଜ ପିଲାଙ୍କୁ ବେସରକାରୀ ସ୍କୁଲ ରେ ପାଠ ପଢ଼ାଉଥିବା ଦୃଶ୍ୟ ଦେଖିବାକୁ ମିଳେ ,କାରଣ ଶିକ୍ଷାମାନ ସ୍କୁଲରେ ଅଭାବ ଯୋଗୁଁ। ହେଲେ ମୁଖ୍ୟ ଶାସନ ସଚିବ ସରକାରୀ ମେଡିକାଲ୍ ରେ ଚିକିତ୍ସିତ ହେବା ଘଟଣା ଏହା ହିଁ କହିଦେଉଛି ଯେ ସରକାରୀ ଚିକିତ୍ସାଳୟ ମାନ ବୃଦ୍ଧି ପାଇଛି, ଓ ଶ୍ରୀ ଜେନା ମେଡିକାଲ୍ ରୁ ସୁସ୍ଥହେଇ ଫେରିବା ହସ୍ପିଟାଲ୍ ଡାକ୍ତରଙ୍କ ରୋଗୀ ଚିକିତ୍ସା ପାଇଁ ଆହୁରି ମନୋବଳ ବୃଦ୍ଧି କରିବ ସହ ରୋଗୀଙ୍କୁ ଉତ୍ତମ ସେବା ଆଗକୁ ଯୋଗାଇ ଚାଲିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *