Pratidin TV

Odisha's Digital News Platform

୫ବର୍ଷ ହେଲା ହୋଇନି ଛାତ୍ର ସଂସଦ ନିର୍ବାଚନ; ଚଳିତ କ୍ୟାଲେଣ୍ଡରେ ବି ଉଲ୍ଲେଖ ନାହିଁ ନିର୍ବାଚନର କଥା..

1 min read


ଭୁବନେଶ୍ୱର : ଚଳିତ ବର୍ଷର ଉଚ୍ଚ ଶିକ୍ଷା ବିଭାଗର ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇ ସାରିଛି । ଯେଉଁଥିରେ ଛାତ୍ର ସଂସଦ ନିର୍ବାଚନ କଥା ନେଇ କୌଣସି ଉଲ୍ଲେଖ ହୋଇ ନାହିଁ । ତେଣୁ ଚଳିତ ବର୍ଷ ବି ରାଜ୍ୟରେ ହେବନି ଛାତ୍ର ସଂସଦ ନିର୍ବାଚନ । ଲଗାତାର ଭାବେ ୬ଷ୍ଠ ଥର ପାଇଁ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ତେବେ ଏହି କ୍ୟାଲେଣ୍ଡରରେ ନିର୍ବାଚନ ବ୍ୟତୀତ କେଉଁ ସବୁଦିନ ଛୁଟି ରହିବ, କେବେ ପରୀକ୍ଷା କରାଯିବ ଏବଂ ଅନ୍ୟ କାର୍ଯ୍ୟ କେଉଁ ଦିନରେ କରାଯିବ ସେ ନେଇ ଉଲ୍ଲେଖ ରହିଛି । ଚଳିତ ବର୍ଷ ଶିକ୍ଷାବର୍ଷରେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ ରହିଛି । ୨୦୨୪ ମେ ୫ରୁ ଜୁନ ୧୯ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ହେବ । ପୂଜା ଛୁଟି ଅକ୍ଟୋବର ୨୧ ରୁ ୨୮ ମଧ୍ୟରେ ଅନୁଷ୍ଠିତ ହେବ । ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ କଡାକଡି ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଶ୍ୱ ବିଦ୍ୟାଳୟ ଗୁଡିକରେ ପିଜି ଓ ୟୁଜି ପାଠ୍ୟକ୍ରମର ସମସ୍ତ ସେମିଷ୍ଟର ପାଠପଢା ଆରମ୍ଭ ହୋଇଛି । ଅନ୍ୟପଟେ ଉଚ୍ଚଶିକ୍ଷା ପକ୍ଷରୁ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶି ପାଇବା ପରେ ନିର୍ବାଚନ ନ ହେବା ନେଇ ଜଣାପଡିିବା ପରେ ନିରାଶ ହୋଇ ପଡିଛନ୍ତି କଲେଜ ଛାତ୍ରଛାତ୍ରୀ ।ଛାତ୍ର ସଂସଦ ନିର୍ବାଚନ କରାଇବାକୁ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଙ୍ଗଠନ ଦାବି କରି ଆସୁଛନ୍ତି ।

Advertisement

ସୂଚନାମୁତାବକ, ୨୦୧୭ ମସିହାରେ ଶେଷ ଥର ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ଗଣ୍ଡଗୋଳ ସହ ଭୟଙ୍କର ପରିସ୍ଥିତି ଦେଖା ଦେବା ଯୋଗୁଁ ସେହି ବର୍ଷ ପର ଠାରୁ ନିର୍ବାଚନକୁ ବନ୍ଦ କରାଯାଇଛି ।

Leave a Reply

Your email address will not be published. Required fields are marked *