Pratidin TV

Odisha's Digital News Platform

ବଲିଉଡ୍ ରେକର୍ଡ ତାଲିକାର ଶୀର୍ଷରେ ଜୱାନ,ତୃତୀୟଥର ପାଇଁ ସାରା ବିଶ୍ୱରେ ଆୟ କଲାଣି କୋଟି କୋଟି ଟଙ୍କା…

1 min read


ମୁମ୍ବାଇ: ବଲିଉଡ୍ ରେକର୍ଡ ତାଲିକାର ଶୀର୍ଷରେ ଜୱାନ। ତୃତୀୟଥର ପାଇଁ ସାରା ବିଶ୍ୱରେ ଆୟ କଲାଣି କୋଟି କୋଟି ଟଙ୍କା ।
ଥମୁନି ଜୱାନ କ୍ରେଜ୍ । ବଲିଉଡ୍ ରେକର୍ଡ ତାଲିକାର ଶୀର୍ଷରେ ଶାହାରୁଖଙ୍କ ଜୱାନ । ଜୱାନ ଚଳଚିତ୍ର ତୃତୀୟଥର ପାଇଁ ସାରା ବିଶ୍ୱରେ ଆୟ କଲାଣି କୋଟି କୋଟି । ଭବିଷ୍ୱତରେ ଭାରତୀୟ ହିନ୍ଦୀ ଚଳଚିତ୍ର ଇତିହାସରେ ଶାହାରୁଖଙ୍କ ଅଭିନୀତ ଏହି ଫିଲ୍ମ ଟି ସ୍ଥାନ ପାଇବ । ନିକଟରେ ରିଲିଜ ହୋଇଥିବା ଅନ୍ୟ ପିଲ୍ମ ଗୁଡିକ ମଧ୍ୟରୁ ସନ୍ନି ଦେୱଲଙ୍କ ଗଦର ୨, ବାହୁବଲୀ ୨,ଏବଂ ଶାହାରୁଖଙ୍କ ଅନ୍ୟ ଏକ ଫିଲ୍ମ ପଠାନ ପରି ବ୍ଲକ ବଷ୍ଟର ଫିଲ୍ମକୁ ପଛରେ ପକାଇ ଆଗରେ ରହିଛି ଜୱାନ । ଏହି ଫିଲ୍ମରେ ଶାହାରୁଖ୍ ଙ୍କ ଲୁକ ସାଙ୍ଗକୁ ଜବରଦସ୍ତ ଆକ୍ସନ ଦର୍ଶକଙ୍କୁ ହଲ୍ ମୁହାଁ କରାଇ ପାରିଛି । ତା ସାଙ୍ଗକୁ ସାହାରୁଖ ଓ ନୟନତାରାଙ୍କ ଯୋଡି ପ୍ରଶଂସକଙ୍କ ହୃଦୟରେ ରାଜ କରୁଛି । ଯେଉଁଥିପାଇଁ ବ୍ୟବସାୟ ଦୃଷ୍ଟିରୁ ଜୱାନ ଟ୍ରିପଲ୍ ସେଞ୍ଚୁରୀ ସ୍କୋର କରିବାରେ ଜୋରଦାର ରହିଛି । କାରଣ କ୍ରିକେଟ ଏସିଆ କପ୍‌ଚ ର ପ୍ରଭାବ ସ୍ୱତ୍ତେ ମଧ୍ୟ ଜୱାନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ।

Advertisement

ଏହି ଚଳଚିତ୍ରଟି ମାତ୍ର ୫ ଦିନରେ ୩୦୦ କୋଟିରୁ ଅଧିକ ଆୟ କରିଥିବା ବେଳେ ୬ ଦିନରେ ପ୍ରାୟ ୨୬.୫୦ କୋଟି ଟଙ୍କା ରୋଜଗାର କରିଥିଲା । ଏହପରି ଭାବରେ ମାତ୍ର ୬ ଦିନରେ ମୋଟ ଉପରେ ୩୫୪.୫୪ କୋଟି କଲେକ୍ସନ ହୋଇସାରିଲାଣି । ତେବେ ବଲିଉଡର ଅନ୍ୟ ଫିଲ୍ମ ମାନଙ୍କ ମଧ୍ୟରୁ ଜୱାନ ଖୁବ୍ କମ୍ ସମୟ ମଧ୍ୟରେ ୩୦୦ କୋଟି ରୋଜଗାର କରିବାରେ ଦ୍ରୁତତମ ରହିଛି । ଅନ୍ୟପଟେ ଭାରତର ବିଭିନ୍ନ ରାଜ୍ୟ ତଥା ସାରା ବିଶ୍ୱରେ ପ୍ରଶଂସକଙ୍କ ଠାରୁ ଜଫ୍ୱାନକୁ ଅଧିକ ମାତ୍ରାରେ ଭଲପାଇବା ମିଳୁଛି । ବିଶ୍ୱବ୍ୟାପୀ ସଂଗ୍ରହ ଅନୁସାରେ ବର୍ତ୍ତମାନ ୫୭୮.୭ କୋଟିରେ ପହଞ୍ଚିଛି । ତେବେ ଶାହାରୁଖ୍ ଖାନ୍‌ଙ୍କ ଏହି ଫିଲ୍ମ ସପ୍ତାହର ଶେଷକୁ ୫୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା ରହିଛି ।

Leave a Reply

Your email address will not be published. Required fields are marked *