Pratidin TV

Odisha's Digital News Platform

ଭିଜିଲାନସ୍ ହାତରେ WATCO ଆସିଷ୍ଟାଣ୍ଟ୍ ମ୍ୟାନେଜର ; ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ,ପୌତୃକ ଘର ସହ ୫ଟି ସ୍ଥାନରେ ଚଢ଼ାଉ …

1 min read

ମୟୂରଭଞ୍ଜ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡଇଞଉଙ ଡିଭିଜନ ୧ ର ଜନସ୍ୱାସ୍ଥ୍ୟ ଆସିଷ୍ଟାଣ୍ଟ୍ ମ୍ୟାନେଜର ବାଣେଶ୍ୱର ନାୟକଙ୍କ ଘର ଓ ଅଫିସରେ ଭିଜିଲାନସ୍ ଚଢାଉ। ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ପିଏଚ୍ ଡିଭିଜନ୍-୧ର ଆସିଷ୍ଟାଣ୍ଟ୍ ମେନେଜରଙ୍କ ଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ରହିଛି। ଦୁଇ ଜଣ ଆଡିସ୍ନାଲ୍ ଏସ୍ପି, ୩ ଜଣ ଡିଏସ୍ପି, ୭ ଜଣ ଇନସ୍ପେକ୍ଟର, ଜଣେ ସବ୍ ଇନସ୍ପେକ୍ଟର, ୭ ଜଣ ଏଏସ୍ଆଇ ଏହି ଚଢ଼ାଉ କରୁଥିବା ଟିମରେ ସାମିଲ୍ ଅଛନ୍ତି।

ବାରିପଦା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ଏକ ସର୍ଚ୍ଚ ୱାରେଣ୍ଟ୍ ଇସ୍ୟୁ କରିବା ପରେ ମୟୂରଭଞ୍ଜରେ ଥିବା ଇଞ୍ଜିନିୟର୍ଙ୍କ ୫ଟି ସ୍ଥାନରେ ଏହି ଚଢ଼ାଉ କାର୍ଯ୍ୟ ଆରମ୍ଭ ହୋଇଛି। ସେଗୁଡିକ ହେଲା ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଧୀନସ୍ଥ ରଘୁନାଥପୁର ଗ୍ରାମରେ ନାୟକଙ୍କ ପତ୍ନୀଙ୍କ ନାମରେ ଥିବା ଏକ ୩ ମହଲା କୋଠା, ଜିଲ୍ଲାର ବଡ଼ସାହି ଥାନା ଅଧୀନସ୍ଥ ତଲାନ୍ଦାରେ ଥିବା ୨ ମହଲା କୋଠା ବିଶିଷ୍ଟ ଆବାସିକ ଘର, ମୟୂରଭଞ୍ଜର ତଲାନ୍ଦା ଗାଁରେ ଥିବା ତାଙ୍କ ଘର, ମାଣିତ୍ରୀ ଗାଁରେ ଥିବା ତାଙ୍କ ସଂପର୍କୀୟଙ୍କ ଘର ଏବଂ ବାରିପଦାରେ ଥିବା ତାଙ୍କ ଅଫିସ୍ ରୁମରେ ଏହି ଚଢ଼ାଉ ହୋଇଛି।

Advertisement

ଜିଲ୍ଲା ସୂଚନା ସଂପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ ଖବର ଲେଖା ପର୍ଯ୍ୟନ୍ତ ଚଢ଼ାଉ ବେଳେ ତିନୋଟି କୋଠା ସହ ୩ ଗୋଟି ପ୍ଲଟ, ୩୩ ଲକ୍ଷ ବ୍ୟାଙ୍କ୍ ଜମା ,୨୫୦ ଗ୍ରାମ ସୁନା ଗହଣା ସହିତ ଗୋଟିଏ ଚାରି ଚକିଆ ଏବଂ ଦୁଇଟି ବାଇକ ଚଢ଼ାଉରେ ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଭିଜିଲାନସ୍ ଟିମ୍ ଚଢାଉ ଜାରି ରଖିଥିବା ବେଳେ ମେନେଜରଙ୍କ ନାମରେ ଆହୁରି ଅଧିକ ମାତ୍ରାରେ ସମ୍ପତି ରହିଥିବା ନେଇ ଭିଜିଲାନ୍ସ ସନ୍ଦେହ ପ୍ରକାଶ କରିଛି ଏହା ସହିତ ଆଗକୁ ଅଧିକ ତଥ୍ୟ ମିଳିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ନେଇ ଏବେ ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *