Pratidin TV

Odisha's Digital News Platform

ଇନ୍ଧନ ଟଙ୍କା ଦେଲାନି ପାକିସ୍ତାନ,ଶେଷରେ ସରକାରୀ ବିମାନକୁ ଅଟକ ରଖିଦେଲା ସାଉଦି ଆରବ

1 min read

ନୂଆଦିଲ୍ଲୀ: ଦିନ କୁ ଦିନ ପଡୋଶୀ ଦେଶ ପାକିସ୍ତାନର ସ୍ଥିତି ଖରାପ ହେବାରେ ଲାଗିଛି । କହିବାକୁ ଗଲେ ଖାଦ୍ୟ ଠାରୁ ଆରମ୍ଭ କରି ତୈଳ ପର୍ଯ୍ୟନ୍ତ ଅର୍ଥାତ ସବୁ ଜିନିଷରେଏବେ ସମସ୍ୟା ଦେଖାଦେଇଛି ।ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ବର୍ତ୍ତମାନ ସ୍ଥିତି ଏଭଳି ରହିଛି ଯେ ସେ ଦେଶର ସବୁଠାରୁ ବଡ ଏୟାଲାଇନ୍ସ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସରେ ଇନ୍ଧନ ଭରିବାକୁ ମଧ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ । ବକେୟା ଇନ୍ଧନ ଟଙ୍କା ନ ଦେବା କାରଣରୁ ସାଉଦି ଆରବ ଓ ୟୁଏଇ ପାକିସ୍ତାନର ସରକାରୀ ବିମାନକୁ ଅଟକାଇଥିବା ସୂଚନା ମିଳିଛି । ପାକିସ୍ତାନୀ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ପ୍ରତିଦିନ ୨୩ଟି ବିମାନ ଉଡାଣ ଭରୁଥିଲା କିନ୍ତୁ ବର୍ତ୍ତମାନ ହ୍ରାସ ପାଇ ୧୬ରେ ପହଞ୍ଚିଛି । ପାକିସ୍ତାନ ପାଖରେ ଇନ୍ଧନ କିଣିବାକୁ ଟଙ୍କା ନଥିବାରୁ ଅନେକ ବିମାନ ଉଡାଣକୁ ରଦ୍ଦ କରାଯାଇଛି । ସେହିଭଳି ଅର୍ଥ ଅଭାବରୁ ବିମାନ ନିର୍ମାତା କମ୍ପାନୀ ବୋଇଙ୍ଗ ଓ ଏୟାରବସ ମଧ୍ୟ ବିମାନରେ ଲାଗୁଥିବା ବିଭିନ୍ନ ସ୍ପେୟାର ପାର୍ଟ୍ସ ଦେବା ପାଇଁ ସିଧାସଳଖ ମନା କରୁଛନ୍ତି । କାରଣ ଏହି ଏସବୁ ପାର୍ଟ୍ସ ଲାଗି କିଣିବାକୁ ମଧ୍ୟ ପାକିସ୍ତାନ ପାଖରେ ଟଙ୍କା ନାହିଁ । କମ ଉଡାଣ କାରଣରୁ ଏୟାରଲାଇନ୍ସ କମ୍ପାନିକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡୁଛି ।ପାକିସ୍ତାନର ସରକାରୀ ଏୟାରଲାଇନ୍ସର ସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ବିଦେଶରେ ମଧ୍ୟ ପାକିସ୍ତାନକୁ ହଟହଟା ହେବାକୁ ପଡୁଛି ।

ସାଉଦି ଓ ୟୁଏଇରେ ପାକିସ୍ତାନ ବିମାନକୁ ରୋକାଯିବା ପରେ ଦେଶ ପକ୍ଷରୁ ଟଙ୍କା ଦେବାକୁ ଆଶ୍ୱସନା ଦିଆଯାଇଥିଲା । ଏହାପରେ ଅଟକ ଥିବା ୨ ବିମାନକୁ ଉଡାଣ ପାଇଁ ଅନୁମତି ମିଳିଥିଲା । ଇନ୍ଧନଭରିବା ପରେ ପାକିସ୍ତାନ ବିମାନ ଟଙ୍କା ଦେଇ ନ ପାରିବାରୁ ସାଉଦି ଓ ୟୁଏଇ ବିମାନକୁ ଅଟକ ରଖି ଦେଇଥିଲେ । ସେପ୍ଟେମ୍ବର ୧୫ ସୁଦ୍ଧା ଏୟାରଲାଇନ୍ସକୁ ଜରୁରୀକାଳୀନ ପାଣ୍ଠି ଯୋଗାଇ ନଦେଲେ ସମସ୍ତ ଉଡ଼ାଣକୁ ବନ୍ଦ କରି ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ଚେତାବନୀ ଦେଇଛନ୍ତି । ଆର୍ôଥକ ଅସ୍ଥିରତା ଭିତରେ ପାକିସ୍ତାନ ଗତି କରୁଥିବା ବେଳେ ନିକଟରେ ଦମନ ଏୟାରପୋର୍ଟରେ ପାକିସ୍ତାନର ଏକ ବିମାନକୁ ସାଉଦି ଅଟକାଇଥିଲା । ସେହିଭଳି ପାକିସ୍ତାନର ୪ଟି ବିମାନକୁ ଅଟକ ରଖିଥିଲା ୟୁଏଇ । ପାକିସ୍ତାନ ଏୟାରଲାଇନ୍ସ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ସାଉଦି ଓ ୟୁଏଇ ବିମାନ ଛାଡ଼ିଥିଲେ । ପାକିସ୍ତାନ ଏୟାରଲାଇନ୍ସ ଉଡ଼ାଣ ବାତିଲ୍ କରୁଥିବା ବେଳେ କର୍ମଚାରୀଙ୍କୁ ଦରମା ଦେଇ ପାରୁନାହିଁ । ଘରୋଇ ସହ ଅନ୍ତଃରାଷ୍ଟ୍ରୀୟ ଉଡ଼ାଣରେ ବି ବାଧାପ୍ରାପ୍ତ ହେଉଛି ।

Advertisement

Leave a Reply

Your email address will not be published. Required fields are marked *