Pratidin TV

Odisha's Digital News Platform

ଇରାନୀଙ୍କ ମୋବାଇଲରେ ରହିଛି କି ନ୍ୟୁଡ ଭିଡିଓ ଓ ଫଟୋ ?

1 min read

ଭୂବନେଶ୍ୱର: ଇରାନୀ ହନିଟ୍ରାପ ମାମଲାରେ ଫିଟୁଛି ଗୁମର । ଧୀରେ ଧୀରେ ଲମ୍ବୁଛି ହନିଟ୍ରାପ ମାମଲା ।ଇରାନୀ ହନିଟ୍ରାପ ଓ ବ୍ଲାକମେଲିଙ୍ଗ ରେ ଫସିଛନ୍ତି ବଡ଼ବଡ଼ ବ୍ୟବସାୟୀ, ରାଜନେତା, ଛାତ୍ର ଓ ଡାକ୍ତର । ସମସ୍ତ ଙ୍କୁ ଫସାଇବାର ପନ୍ଥା ଥିଲା ସମାନ ।ପ୍ରଥମେ ଫେସବୁକ ରେ ବନ୍ଧୁତା । ନମ୍ବର ଦେବା ନେବା ପରେ ସମ୍ପର୍କ ଘନିଷ୍ଟ କରୁଥିଲା । ଏହା ପରେ ତମାଣ୍ଡୋର ନାରଗୋଦା ଘରକୁ ଡାକି ଆରମ୍ଭ କରିଦିଅନ୍ତି ବ୍ଲାକମେଲିଙ୍ଗ ଓ ଲୁଟପାଟ । ଇରାନୀ ପାତ୍ର ଗ୍ୟାଙ୍ଗରେ ମୁଖ୍ୟ ଷଡ଼ଯନ୍ତ୍ରକାରି ଥିଲେ ମହିଳାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର ଓରଫ ବାପି ।ସେଥିପାଇଁ ନିଶିକାନ୍ତ ଙ୍କୁ ୪ଦିନିଆ ରିମାଣ୍ଡ ରେ ଆଣିବା ପାଇଁ ଯୋଜନା କରିଛି ତମାଣ୍ଡୋ ଥାନା ପୋଲିସ ।ଯାଜପୁର ରୁ ଭୁବନେଶ୍ୱର ଲମ୍ବିଛି ଇରାନୀର ହନିଟ୍ରାପ ରକେଟ ।

ଇରାନି ଓ ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର ୪ ବର୍ଷ ପୁର୍ବରୁ ଯାତ୍ରା ପାର୍ଟି ରେ ଆଙ୍କର ଭାବରେ କାମ କରୁଥିଲେ । ଯାତ୍ରା ପାର୍ଟି ମାଲିକ ଓ କର୍ମଚାରୀ ଙ୍କୁ ଫାସେଇ ଥିଲେ ସ୍ୱାମୀ ସ୍ତ୍ରୀ । ପରେ ଯାତ୍ରା ପାର୍ଟି ରୁ ତଡ଼ା ଖାଇଥିଲେ । ଘରକୁ ଆସି ଆରମ୍ଭ କରିଥିଲେ ହନି ଟ୍ରାପ । ସବୁର ଗୁମର ପୋଲିସ ଜାଣିବାକୁ ପାଇଛି । ଇରାନୀ ଗ୍ୟାଙ୍ଗ ଧରା ପଡିବା ପରେ ଦୁଇ ଦିନରେ ୫ଟି ମାମଲା ରୁଜୁ ହୋଇଛି । ପ୍ରଥମେ ୟୁନିଟ -୮ରେ ରହୁଥିବା କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଅଭିଯୋଗ କରିଥିଲେ । ପରେ ପରେ ବୋଲଗଡ଼ ର ଜଣେ ବ୍ୟବସାୟୀ ପ୍ରଶାନ୍ତ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଲକ୍ଷାଧିକ ଟଙ୍କା ଲୁଟି ଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସମସ୍ତ ଅଭିଯୋଗ କୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଦେଇଛି ପୋଲିସ । ଇରାନୀ ହନିଟ୍ରାପ ରେ ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିବାକୁ ପୋଲିସ ଅପିଲ କରିଛି ।

Advertisement

ଯେଉଁମାନେ ଅଭିଯୋଗ କରିବେ ସେମାନଙ୍କ ପରିଚୟ ଗୋପନ ରଖାଯିବା ସହ ପୂର୍ଣ୍ଣମାତ୍ରାରେ ସହଯୋଗ କରିବା ପାଇଁ ପୋଲିସ କହିଛି । ସୂଚନାମୁତାବକ ଗତ ୧୧ତାରିଖରେ ଇରାନୀ ପାତ୍ର ଦ୍ୱାରା ହନିଟ୍ରାପ ର ଶିକାର ହୋଇଥିବା ଡାକ୍ତର ଅଭିଯୋଗ କରିବା ପରେ ଇରାନୀ ପାତ୍ର ଓ ତାଙ୍କ ସ୍ୱାମୀ ଙ୍କ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ନିକଟରୁ ଜବତ ହୋଇଥିଲା ଟଙ୍କା, ସୁନା, ଛୁରୀ ଓ ଚେକବୁକ । ରିମାଣ୍ଡ ରେ ଆସିବେ ହନି ଟ୍ରାପ କିଙ୍ଗ ଓ କୁଇନ କାହାକୁ କାହାକୁ ଫସେଇ ଟଙ୍କା ଆଣିଛନ୍ତି ଓ ମୋବାଇଲ ରେ କଣ ସବୁ ତଥ୍ୟ ଅଛି ତାହା ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *