Pratidin TV

Odisha's Digital News Platform

ସୂର୍ଯ୍ୟ ଆଡକୁ ଆଗେଇ ଚାଲିଛି ଆଦିତ୍ୟ L1, ଆଉ କେତେ ଦିନ ଲାଗିବ ଆସନ୍ତୁ ଜାଣିବା..

1 min read

ହାଇଦ୍ରାବାଦ: ଚନ୍ଦ୍ରଯାନ-୩ ର ସଫଳତା ପରେ ଆଗେଇ ଚାଲିଛି ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ L1 । ଗୁରୁବାର ବିଳମ୍ବିତ ରାତିରେ ୫ମ କକ୍ଷପଥକୁ ଗଲା ଆଦିତ୍ୟ L1 । ସୂର୍ଯ୍ୟ ମିଶନରେ ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତର୍ନ କଲା ଭାରତର ଆଦିତ୍ୟ L1 । ସଫଳତାର ସହ କକ୍ଷପଥ ହ୍ରାସ କରିଥିବା ନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ୨୫୬ କିମି X ୧୨୧୯୭୩ କିମି କକ୍ଷପଥରେ ବୁଲିବ ଆଦିତ୍ୟ L1 । ପରବିର୍ତ୍ତୀ ମନ୍ୟୁବର ଟ୍ରାନ୍ସ-ଲାଗ୍ରାଞ୍ଜିଆନ ପଏଣ୍ଟ ଇନ୍ସର୍ସନ ସେପ୍ଟେମ୍ବର୧୯ ତାରିଖ ରାତି ୨ଟା କରାଯିବ । ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଥିବା L1 ପଏଣ୍ଟରେ ପହଞ୍ଚିବାକୁ ତାକୁ ୧୨୫ ଦିନ ଆଉ ସମୟ ଲାଗିବ ।ଭାରତର ଏହା ପ୍ରଥମ ସୂର୍ଯ୍ୟ ମିଶନ ଅଟେ । ତା ଅଧୀନରେ ମହାକାଶକୁ ପଠାଯାଇଥିବା ଆଦିତ୍ୟ L1 ମହାକାଶଯାନ ଚତୁର୍ଥ ‘ଆର୍ଥ ବାଉଣ୍ଡ ମନ୍ୟୁବର ସଫଳତାର ସହ ସମାପ୍ତ କରିଛି । ଏହି ଅଭିଯାନକୁ ମରିସସ, ବେଙ୍ଗାଲୁରୁ , ଏସଡିଏସସି-ଶାର(ଶ୍ରୀହରିକୋଟା) ଏବଂ ପୋର୍ଟ ବ୍ଲେୟରରେ ଥିବା ଗ୍ରାଉଣ୍ଡ ଷ୍ଟେସନ ସାଟେଲାଇକୁ ଟ୍ରାକ କରାଯାଇଥିଲା । ଭାରତୀୟ ସ୍ପେସ୍ ଏଜେନ୍ସି ‘ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଅର୍ଥାତ୍ ISRO ଏକ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛି ।

ସୂର୍ଯ୍ୟ ଅଧ୍ୟୟନ ପାଇଁ ମହାକାଶକୁ ପଠାଯାଇଥିବା ଆଦିତ୍ୟ L1ହେଉଛି ଭାରତର ପ୍ରଥମ ସ୍ପେସ ଅବ୍ଜର୍ଭେଟରୀ । ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ୫ଟି ଲାଗ୍ରେଞ୍ଜ ପଏଣ୍ଟ ଅଛି । ଯେଉଁଠାରେ ସୂର୍ଯ୍ୟକୁ ବିନା କୌଣସି ଗ୍ରହଣ କିମ୍ବା ଅବରୋଧରେ ଦେଖାଯାଇ ପାରିବ ତାହାକୁ ଲାଗ୍ରେଞ୍ଜ ପଏଣ୍ଟ କୁହାଯାଏ । ଆଦିତ୍ୟ L1ମହାକାଶଯାନ ସ୍ପେସକ୍ରାଫ୍ଟକୁ ଲାଗ୍ରେଞ୍ଜ ପଏଣ୍ଟ୧ କୁ ପଠାଯାଉଛି । ପୃଥିବୀ ଠାରୁ ଏହାର ଦୂରତା ୧୫ ଲକ୍ଷ କିଲୋମିଟର ହୋଇଥିବାବେଳେ ସୂର୍ଯ୍ୟଠାରୁ ପୃଥିବୀର ଦୂରତା ୧୫ କୋଟି କିଲୋମିଟର ।

Advertisement

ସୂଚନାମୁତାବକ, ସେପ୍ଟେମ୍ବର ୨ରେ ପୂର୍ବାହ୍ନ ୧୧ଟା ୫୦ ମିନିଟ ସମୟରେ ଇସ୍ରୋର ସୌର ଅଭିଯାନ ଆଦିତ୍ୟ L1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଶତୀଶ ଧାୱନ ସ୍ପେସ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । PSLVV-C57 ରକେଟ ସହୟତାରେ ଏହାକୁ ପ୍ରତିକ୍ଷେପଣ କରାଯାଇଥିଲା । ତେବେ ବର୍ତ୍ତମାନ ୪ର୍ଥ କକ୍ଷପଥ ସମାପ୍ତ କରି ୫ମ କକ୍ଷପଥରେ ପ୍ରବେଶ କରିଛି ଆଦିତ୍ୟ L1 । ଏହି ପ୍ରକ୍ରିୟା ଶେଷ ହେବା ପରେ ସିଧା ଏଲ୧ ପଏଣ୍ଟ ଆଡକୁ ଗତି କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ସୂର୍ଯ୍ୟଙ୍କ ବାହ୍ୟସ୍ତର ଓ କ୍ରୋମୋସଫିର ଉପରେ ଅଧ୍ୟୟନ କରାଯିବା ନେଇ ଏହାକୁ ପଠାଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *