Pratidin TV

Odisha's Digital News Platform

କେଶରୀ ମଲରେ ନିଆଁ: ଅଗ୍ନି ନିର୍ବାପନରେ ଲାଗିଛି ଦମକଳ ବାହିନୀ

1 min read

ଭୁବନେଶ୍ୱର: ରାଜଧାନୀର ଏକ ମଲରେ ଲାଗିଛି ନିଆଁ । ମାର୍କେଟ ବିଲ୍ଡିଂରେ ରହିଥିବା କେଶରୀ ମଲରେ ଲାଗିଛି ନିଆଁ । ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା କାର୍ଯ୍ୟ ଜାରି ରହିଛି । କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖାଯାଇଛି । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସର୍ଟସର୍କିଟ୍ କାରଣରୁ ଏପରି ହୋଇଥିବା ଅନୁମାନ କରାଯାଉଛି ।

କିଛି ଦିନ ପୂର୍ବରୁ ମଧ୍ୟ କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିଲେ ହେଁ ସମାନ ଢଙ୍ଗରେ ମଲକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଥିଲା ।ଭୁବନେଶ୍ୱର ମେୟର ସୁଲୋଚନା ଦାଶ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *