Pratidin TV

Odisha's Digital News Platform

ଜୱାନରେ ଶାହାରୁଖଙ୍କ ସହ ଦୀପିକା କମ୍ ସମୟ ପାଇଁ ରହିଥିଲେ ବି ଏହା ବ୍ଲକବଷ୍ଟର ହୋଇଛି..

1 min read

ମୁମ୍ବାଇ: ବଲିଉଡରେ ବର୍ତ୍ତମାନ ଚର୍ଚ୍ଚିତ ଯୋଡି ଶାହାରୁଖ ଓ ଦୀପିକାଙ୍କ ପିଲ୍ମ ଜୱାନ ଅଧିଳ ମାତ୍ରାରେ ସଫଳତା ହାସଲ କରିସାରିଲାଣି । ନିକଟରେ ରିଲିଜ ହୋଥିବା ଗଦର, ପଠାନ ଭଳି ମୁଭି କୁ ପଛରେ ପକାଇ ବକ୍ସ ଅଫିସରେ ଭଲ ଆୟ କରିପାରିଛି । ଖୁବ କମ୍‌ଦିନ ମଧ୍ୟରେ କୋଟି କୋଟି ଟଙ୍କା ରୋଜଗାର କରିଛି । ଚଳିତ ବର୍ଷ ଶାହାରୁଖ ଓ ଦୀପିକାଙ୍କ ଯୋଡି ଏହି ଫିଲ୍ମ ଜରିଆରେ ଦର୍ଶକ ମାନଙ୍କ ପାଖରୁ ବେଶ୍ ପ୍ରଶଂସା ସାଉଁଟିିଲେଣି । ତେବେ କୁହାଯାଉଛି କି ଯେ ବଲିଉଡରେ ଶାହାରୁଖ ଓ ଦୀପିକାଙ୍କ ଯୋଡି ଲକି ଅଟେ । ଏହି ସୁପରହିଟ ଯୋଡି କିଛି ଫିଲ୍ମରେ ଏକାଠି ନଜର ଆସିଥିବା ବେଳେ ତାହା ସୁପରହିଟ ହୋଇଛି । ପୂର୍ବରୁ ଓମ୍‌ଶାନ୍ତି, ଚେନ୍ନାଇ ଏକ୍ସପ୍ରେସ, ହାପି ନିଉ ଇୟର ଓ ପଠାନ ଭଳି ଚଳଚିତ୍ରରେ ଦୁହେଁ ଏକାଠି କାମ କରିଥିଲେ । ଏବଂ ଏହି ପିଲ୍ମ ଗୁଡିକ ମଧ୍ୟ ସଫଳତା ପାଇଥିଲା । ତେବେ ଦୀପିକା ପଠାନରେ ମୁଖ୍ୟ ଭୁମିକାରେ ନଜର ଆସିଥିବା ବେଳେ ଜୱାନରେ ଶାହାରୁଖଙ୍କର କ୍ୟାମିରେ ଅଛନ୍ତି । ଅଭିନେତ୍ରୀ ଦୀପିକା ଏଥିରେ ଏକ ଛୋଟ ଏବଂ ଗୁରୁତ୍ତ୍ୱପୂର୍ଣ୍ଣ ରୋଲରେ ନଜର ଆସିଛନ୍ତି । ଯାହାକି ବକ୍ସ ଅଫିସରେ ବର୍ତ୍ତମାନସୁଦ୍ଧା ପୂର୍ଣ୍ଣ ମାତ୍ରାରେ ସଫଳତା ପାଇଛି।


ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି ଯେ ସେମାନେ ପରସ୍ପର ପାଇଁ ଲକି ଚାର୍ମ ବୋଲି ସେ ଅନୁଭବ କରନ୍ତି । କିନ୍ତୁ ଏହାଠାରୁ ସେମାନଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ଉଭୟ ଉଭୟଙ୍କ ପ୍ରତି ଯଥେଷ୍ଟ ସମ୍ନାନ ଓ ବିଶ୍ୱାସ ରହିଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଆମେ ପରସ୍ପରର ପାଇଁ ଭାଗ୍ୟଶାଳୀ ଚମତ୍କାର । କିନ୍ତୁ ସତ କହିବାକୁ ଗଲେ, ଆମେ ଭାଗ୍ୟର ବାହାରେ । ଆମର ପରସ୍ପର ଉପରେ ମାଲିକାନା ଭାବନା ଅଛି।

Advertisement


ଅନ୍ୟପଟେ ବୁଧବାର ଯବାନ ପ୍ରାୟ ୨୬ କୋଟି ଟଙ୍କା ରୋଜଗାର କରିଥିଲେ । ବାସ୍ତବରେ ଏହି ଚଳଚ୍ଚିତ୍ର ଖୁବ ଶୀଘ୍ର ୩୫୦ କୋଟି ଟଙ୍କାର ଅତିକ୍ରମ କରିବ । ଆଗାମୀ ସପ୍ତାହରେ କୈାଣସି ବଡ ଧରଣର ସମସ୍ୟା ନଥିବାରୁ ଜୱାନର ପୃଥ୍ୱୀଙ୍କ ରେକର୍ଡକୁ ଭାଙ୍ଗି ସବୁ ସମୟର ସର୍ବାଧିକ ଆୟ କରିଥିବା ବଲିଉଡ ଚଳଚ୍ଚିତ୍ର ଭାବରେ ଉଭା ହେବାର ସମସ୍ତ ସାମର୍ଥ୍ୟ ରହିଛି । ବାସ୍ତବରେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୬୦୦ କୋଟି ଟଙ୍କାର କ୍ଲବର ଉଦଘାଟନ କରିପାରିବ ବୋଲି ଆଶା ରହିଛି ।

Leave a Reply

Your email address will not be published. Required fields are marked *