Pratidin TV

Odisha's Digital News Platform

କଥା ନିଶାରେ ଥିଲେ ମହିଳା, ଭିଟାମିନ ବଦଳରେ ଗିଳିଦେଲେ ଇୟରବଡ୍‌

1 min read

ଆମେରିକା: ଜଣେ ମହିଳାଙ୍କ ସହ ଘଟିଥିଲା ଏକ ଅଜବ ଘଟଣା । ଆଉ ସେହି ଅଜବ ଘଟଣାକୁ ମନେ ପକାଇ ସୋସିଆଲ ମିଡିଆରେ ଲୋକଙ୍କସହ ଗଟଣା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏମିତି କଣ ଘଟିଥିଲା ଯେ ଯାହା ପାଇଁ ତାଙ୍କଜୀବନ ମଧ୍ୟ ଚାଲିଯାଇଥାନ୍ତି । ତେବେ ଘଟଣାଟି ହେଉଛି ଭିଟାମିନ କ୍ୟାପସୁଲ ବଦଳରେ ଏୟାରପୋଡ ଗିଳିଦେଲେ ଉକ୍ତ ମହିଳା । ଏପରି ଏକ ଘଟଣା ସୋସିଆଲ ମିଡିଆର ସେୟାର କରି ଜଣାିଛନ୍ତି ଆମେରିକାର ଜଣେ ମହିଳା । ୫୨ ବର୍ଷୀୟ ଏହି ମହିଳା ଜଣକ ଭିଟାମିନ କ୍ୟାପସୁଲ ଖାଇବା ବଦଳରେ ଭୁଲ ବସତଃ ନିଜ ସ୍ୱାମୀଙ୍କ ଆପଲର ଏୟରପଡ ଗିଳି ଦେଇଥିଲେ । ସେ ନିଜ ସାଙ୍ଗଙ୍କ ସହ ମର୍ଣ୍ଣିଂ କରିବାକୁ ବାହାରି ଯାଇଥିଲେ । ଅଧିକସମୟ ଚାଲିବା ପରେ ତାଙ୍କୁ ଭିଟାମିନ ଓଷଧ ଖାଇବା କଥା ମନେ ପଡିଥିଲା । ସାଙ୍ଗ ସହ କଥା ହେଉଥିବା ବେଳେ ସେହି ନିଶାରେ ସେ ନିଜ ଭିଟାମିନକୁ ହାତରେ ଧରି ଏୟରପଡକୁ ଗିଳି ପାଣି ପିଇ ଦେଇଥିଲେ । ଏହା ପରେ ଅନୁଭବ କରିଥିଲେ ସେ ଏୟରପଡ ଗିଳି ଦେଇଛନ୍ତି ।

ଯାହା ଧିରେ ଧିରେ ତାଙ୍କ ପେଟ ଭିତରକୁ ଚାଲିଯାଇଥିଲା । ସେ ସଙ୍ଗେସଙ୍ଗେ ଘରକୁ ଆସି ତାଙ୍କ ସ୍ୱାମୀଙ୍କ ଏ ଘଟଣାସମ୍ପର୍କରେ ଜଣାଇଥିଲେ । ତାଙ୍କ ସ୍ୱାମୀ ଶୁଣିବା ପରେ ଡାକ୍ତରଖାନା ଯିବା ବଦଳରେ କାହାକୁ ଏନେଇ ନ ଜଣାଇବାକୁ ମହିଳାଙ୍କୁ ମନା କରିଥିଲେ । ହେଲେ ମେହିଳା ଜଣକ ଏ ନେଇ ସୋସିଆଲ ମିଡିଆରେ ଲୋକେଙ୍କୁ ଜଣାଇ ଥିଲେ । ଏହାପରେ ତାଙ୍କୁ ଏନେଇ ୟୁଜର୍ସ ଅନେକ କଥା ପଚାରିଥିଲେ । ଜଣେ ଲେଖିଥିଲେ , “ଯେତେବେଳେ ଏହି ଏୟାରପଡ ବାହାରିବ , ଆଇପ୍ୟାଡ ହେଇକି ଆସିବ”. ଆଉ ଜଣେ ଲେଖିଥିଲେ , “ଏହାକୁ ଛାଡି ଦିଅନ୍ତୁ, ଏହା ପ୍ରାକୃତିକ ଉପାୟରେ ବାହାରି ଆସିବ.”ଏହାର ଜବାବରେ ମହିଳା ଜଣକ କିଛି ଦିନ ପରେ ଜଣାଇଥିଲେ ଯେ ଏହା ପ୍ରାକୃତିକ ଉପାୟରେ ପେଟରୁ ବାହାରି ଯାଇଛି । ଏବଂ ମହିଳା ଜଣକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *