Pratidin TV

Odisha's Digital News Platform

କ୍ଷୀର ପଇସା ମାଗିବା ହେଲା କାଳ,ଅକାଳରେ ଚାଲିଗଲା ୩ଜଣଙ୍କ ଜୀବନ…

1 min read


ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ । ବକେୟା ଅର୍ଥ ମାଗିବାରୁ ନେଇଗଲେ ଜୀବନ । ପୁଣି ଜଣଙ୍କର ନୁହେଁ । ଏକଥରକେ ୩ଟି ଲୋକଙ୍କର ଜୀବନ ଯାଇଛି । ବିହାରର ପାଟନା ନିକଟ ଫତୁହାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟଙ୍କା କାରବାରକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିିଲା ଗୁଳି ବିନିମୟ । କୈାଣସି ବଡ କାରଣ ପାଇଁ ନୁହେଁ ବରଂ କ୍ଷୀର ବାକି ପଇସା ମାଗିବାରୁ ଘଟିଥିଲା ଏଭଳି ଘଟଣା । ହଁ ଆଜ୍ଞା କ୍ଷୀରର ବକେୟା ଟଙ୍କା ମାଗିବାରୁ ୩ ଜଣଙ୍କୁ ହତ୍ୟା କରାଯାଇଛି । ଫତୁହା ଥାନା ଅଧୀନ ସୁରଙ୍ଗାପର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଆଉ ମୃତକ ୩ ଜଣ ହେଉଛନ୍ତି ଶୈଳେଶ ସିଂ, ଜୟ ସିଂ ଓ ପ୍ରଦୀପ ସିଂ ।

Advertisement

ସୂଚନା ମୁତାବକ କ୍ଷୀରର ବକେୟା ପଇସାକୁ ନେଇ ଗୁରୁବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଟି ମଧ୍ୟରେ ଜୋରସୋରରେ ଝଗଡ଼ା ହୋଇଥିଲା । ପରେ ଏହା ଭୟଙ୍କର ରୂପ ନେଇଥିଲା । ଯାହାଫଳରେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ଏଥିରେ ୪ ଜଣଙ୍କ ଦେହରେ ଗୁଳି ବାଜିଥିଲା । ଗୁଳିମାଡ଼ରେ ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତରେ ଭାବେ ଆହାତ ହୋଇଥିିଲେ । ସଂଙ୍ଗେ ସଂଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଗ୍ରାମବାସୀଙ୍କ କହିଛନ୍ତି ଯେ, କ୍ଷୀରର ବକେୟା ୪୦୦ ଟଙ୍କାକୁ ନେଇ ପଞ୍ଚାୟତ ବସିବାର ଥିଲା । ହେଲେ ଗାଁର କିଛି ଲୋକ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦର ସମାଧାନ କରିବାକୁ ଚାହୁଁଥିଲେ । କିନ୍ତୁ ସମାଧାନ ପୂର୍ବରୁ ହିଁ ଦୁଇ ଗୋଷ୍ଟି ମଧ୍ୟରେ ସଂର୍ଘଷ ହୋଇଥିଲା । ତେବେ ଏହା ଏକ ବ୍ୟକ୍ତିଗତ ବିବାଦ ବୋଲି ପୋଲିସ କହିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରୀ ରହିଛି ।

Leave a Reply

Your email address will not be published. Required fields are marked *