Pratidin TV

Odisha's Digital News Platform

କାଳ ସାଜିଲା ଭୋଟ କାଳି ! କାଟିବାକୁ ପଡିଲା ଯୁବକଙ୍କ ଆଙ୍ଗୁଳି

1 min read

ହିମାଚଳ ପ୍ରଦେଶ: ଭୋଟ ଦେଲା ବେଳେ ଆପଣଙ୍କ ଆଙ୍ଗୁଠିରେ ଏକ ଅଲିଭା କାଳି ଲଗା ଯାଇଥାଏ । ଯାହାଫଳରେ ଆପଣମାନେ ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଇ ଆସିବା ପରେ ଅନ୍ୟ କାହାକୁ ସାଙ୍ଗେ ସାଙ୍ଗେ ଭୋଟ ଦେଇ ପାରିବେ ନାହିଁ । ଭୋଟ ଦେବା ପରେ କିଛି ଲୋକ ଖୁସିରେ କାଳି ଲାଗିଥିବା ଆଙ୍ଗୁଳିର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି କି, ଆପଣଙ୍କ ହାତରେ ଲଗା ଯାୁଥିବା କାଳି ଆପଣଙ୍କ ପାଇ ଭଲ କି ଖରାପ ।ଆପଣ କେବେ ଭାବିଛନ୍ତି ଏହି କାଳି ଆପଣଙ୍କ ଜୀବନ ପ୍ରତି ବିପଦ ଆଣି ଦେଇ ପାରିବ ବୋଲି । ଏହି କାଳି କେତେ ମାରାତ୍ମକ ହୋଇପାରେ ତାହା ଆପଣ କେବେ ସ୍ୱପ୍ନରେ ସୁଧା ଭାବି ପାରିନଥିବେ । କିନ୍ତୁ ଏବେ ଏଭଳି ଏଗ ଘଟଣା ସଦାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ଏହି କାଳି ଆଙ୍ଗୁଠିରେ ଲଗାଇବାକୁ ନିଶ୍ଚୟ ଡରିବେ । ଆଜ୍ଞା ହଁ ଏଳଭି ଏକ ଘଟଣା ଯାହା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ । ଯେଉଁଠାରେ ଏହି କାଳି ଲଗାଇବା ପରେ ଯୁବକଙ୍କର ଆଙ୍ଗୁଳିରେ ସଂକ୍ରମଣ ହୋଇଯାଇଥିଲା । ଯେତେ ଯାହା କଲାପରେ ମଧ୍ୟ କୌଣସି ଓୁଫଳ ମିଳିପାରି ନଥିବା । ଶେଷରେ ଯୁବକ ଜଣଙ୍କର ଦୁଇଟି ଆଙ୍ଗୁଳିକୁ ଡାକ୍ତରଙ୍କୁ କାଟିବାକୁ ପଡିଥିଲା । ଏନେଇ ନିର୍ବାଚନ ଆୟୋଗ ଏହି କାଳିକୁ ସମ୍ପୂର୍ଣ୍ଣ ନିରାପଦ ବୋଲି କହିଥିଲେ ବି କାଳି ଲଗାଇବା ପରେ ଯୁବକଙ୍କର ଆଙ୍ଗୁଳିରେ ସଂକ୍ରମଣ ହୋଇଥିବା କଥା ଜଣାପଡିଛି ।

ସୂଚନା ମୁତାବକ ଏହି ଘଟଣା ହେଉଛି ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଧର୍ମପୁର ତହସିଲର । ଏଠାରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ସଂଜୟ କୁମାର ନାମକ ଜଣେ ୪୦ ବର୍ଷିୟ ଯୁବକ ଭୋଟ ଦେବାକୁ ଯାଇଥିଲେ ଭୋଟ ଦେବା ପରେ ହାତରେ କାଳି ଲଗାଇଥିଲା । ହେଲେ ଏହି କାଳି ଲଗାଇବା ପରେ ତାଙ୍କର ଦୁଇଟି ଆଙ୍ଗୁଳି ସଂକ୍ରମିତ ହୋଇଯାଇଥିଲା । କିଛି ସମୟ ପରେ ଆଙ୍ଗୁଳି ଦରଜ ହେବା ଆରମ୍ଭ କରିଥିଲା । ପରେ କଳାପଡିଯାଇଥିଲା । ଏନେଇ ଚିନ୍ତାରେ ସଂଜୟ ଡାକ୍ତରଙ୍କ ପାଖକୁ ଯାଇଥିଲା । ସମସ୍ତ ପରୀକ୍ଷା ପରେ ଡାକ୍ତର କହିଥିଲେ କି ଆଙ୍ଗୁଳି ନକାଟିଲେ ସଂକ୍ରମଣଅନ୍ୟ ଆଙ୍ଗୁଳି ଆଡକୁ ବ୍ୟାପିଯିବ । ଚଣ୍ଡିଗଡ ପିଜିଆଇରେ ଦୁଇମାସ ଚିକିତ୍ସା ହେବା ପରେ କିଛି ଫଳ ନମିଳିବାରୁ ଶେଷରେ ସଂଜୟଙ୍କ ଅପରେସନ କରି ଡାକ୍ତର ତାଙ୍କର ବାମ ହାତର ଦୁଇଟି ଆଙ୍ଗୁଳି କାଟି ଦେଇଛନ୍ତି । ଅପରେସନ ପରେ ସଂଜୟ ସୁସ୍ଥ ଥିବା ଜଣା ପଡିଛି ।

Advertisement

Leave a Reply

Your email address will not be published. Required fields are marked *