Pratidin TV

Odisha's Digital News Platform

ଦୀର୍ଘ ୧୧ ବର୍ଷ ପରେ ଭାରତକୁ ହରାଇଲା ବାଂଲାଦେଶ ; ହେଲେ ହୃଦୟରେ ରାଜ୍ କଲା ଗିଲ୍‌ଙ୍କ ଛକା ….

1 min read

ନୂଆଦିଲ୍ଲୀ ; ପୂରଣ ହେଲା ବାଂଲା ଦେଶର ସ୍ୱପ୍ନ । ଦୀର୍ଘ ୧୧ ବର୍ଷପରେ ଭାରତକୁ ଏସିଆ କପରେ ହରାଇଲା ବାଂଲାଦେଶ । ଏସିଆ କପ ଫାଇନାଲରେ ପୂର୍ବରୁ ପ୍ରବେଶ କରି ସାରିଥିବା ଭାରତକୁ ସୁପର ୪ର ଶେଷ ମ୍ୟାଚରେ ୬ ରନ୍‌ରେ ହରାଇ ଦେଇଛି ବାଂଲାଦେଶ । ୨୦୧୨ ପରେ ଏସିଆ କପରେ ପ୍ରଥମଥର ପାଇଁ ଭାରତକୁ ହରାଇ ବାଂଲାଦେଶ ନୂଆ କୀର୍ତ୍ତିମାନ ହାସଲ କରିଛି। କିନ୍ତୁ ଲୋକଙ୍କ ହୃଦୟରେ ରାଜ୍ କରିଛନ୍ତି ଭାରତୀୟ କ୍ରିକେଟର ଶୁଭମନ୍ ଗିଲ୍ । ବାଂଲାଦେଶ ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୨୬୬ ରନର ଟାର୍ଗେଟ ଦେଇଛି । ଭାରତ ତରଫରୁ ଶୁଭମନ୍ ଗିଲ ୧୩୩ଟି ବଲ ଖେଳି ୧୨୧ ରନ କରି ଆଉଟ ହୋଇଛନ୍ତି । ଏହା ମଧ୍ୟରେ ୮ଟି ଚୌକା ଓ ୫ଟି ଛକା ରହିଛି । ତେବେ ଗିଲ୍ ୨୦୨୩ରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

୨୬୬ ରନର ଟାର୍ଗେଟ ପାଇଥିବା ଭାରତ ପ୍ରତମ ଓଭରରେ ଅଧିନାୟକ ରୋହିତ ଶର୍ମା(୦)ଙ୍କୁ ହରାଇଥିଲା। ଏହାପରେ ଡେବ୍ୟୁଟାଣ୍ଟ ତିଲକ ବର୍ମା କେବଳ ୫ ରନ କରିବାକୁ ସକ୍ଷମ ହୋଇଥିଲେ। ଉଭୟଙ୍କ ୱିକେଟ ତାନଞ୍ଜିମ ହାସକ ସାକିବ ନେଇଥିଲେ। ସେ ମଧ୍ୟ ବାଂଲାଦେଶ ପାଇଁ ଆଜି ଦିନିକିଆରେ ଡେବ୍ୟୁ କରିଛନ୍ତି। ୧୭ ରନରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଶୁବମନ ଗିଲ ଓ କେଏଲ ରାହୁଲ ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୭୪ରେ ପହଞ୍ଚାଇଥିଲେ। ଏହି ସମୟରେ ୧୯ ରନ କରିଥିବା କେଏଲ ରାହୁଲଙ୍କୁ ଆଉଟି ମାହିଦ ହାସନ ଦଳକୁ ତୃତୀୟ ଝଟକା ଦେଇଥିଲେ। ତେବେ ସୂର୍ଯ୍ୟ କୁମାର ଯାଦବ ଓ ଗିଲ୍ ୫ ୱିକେଟ ପାଇଁ ୪୫ ରନ ଯୋଡ଼ି ଥଲେ। ସୂର୍ଯ୍ୟ କୁମାର କ୍ରିଜ୍ରେ ୨୬ ରନ କରି ଜମି ଆସୁଥିବା ବେଳେ ତାଙ୍କୁ ବୋଲ୍ଡ କରି ଭାରତକୁ ୫ମ ଝଟକା ଦେଇଥିଲେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ। ରବୀନ୍ଦ୍ର ଜାଡେଜା ମଧ୍ୟ କେବଳ ୭ ରନ କରିବାକୁ ସକ୍ଷମ ହୋଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଗିଲ କିନ୍ତୁ ଦମଦାର ବ୍ୟାଟିଂ ଜାରି ରଖିଥିଲେ। ତାଙ୍କୁ ଅକ୍ଷର ପଟେଲ ବେଶ କିଛି ସମୟ ସହଯୋଗ କରିଥିଲେ। ଗିଲ୍ ମଧ୍ୟ ଶତକ ହାସଲ କରି ଭାରତକୁ ବିଜୟ ପଥରେ ନେବାକୁ ଚେଷ୍ଟା କରିଥିଲେ। ତେବେ ଦଳୀୟ ସ୍କୋର ୨୦୯ ଥିବା ବେଳେ ଗିଲ୍ ଛକା ମାରିବାକୁ ଯାଇ ମାହିଦ ହାସନଙ୍କ ବଲରେ ଆଉଟ ହୋଇଥିଲେ। କିନ୍ତୁ ଗିଲ୍‌ଙ୍କ ଏହି କୀର୍ତ୍ତିମାନ ରେକର୍ଡକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରିଥିଲେ । ମାତ୍ର ଗିଲ୍ ଆଉଟ୍ ହୋଇଯାଇଥିଲେ ମଧ୍ୟ ତାଙ୍କ ଚେଷ୍ଟା ଓ ଶତକ ସବୁଠି ପ୍ରଶଂସିତ ।

Advertisement

କ୍ୟାଲେଣ୍ଡର ବର୍ଷରେ ଗିଲ ଏକ ଭଲ ସମୟ ଉପଭୋଗ କରିଆସୁଛନ୍ତି କାରଣ ସେ ଖେଳର ସମସ୍ତ ଫର୍ମାଟରେ ସର୍ବାଧିକ ରନ୍-ଗେଟର୍ ହୋଇ ହାରାହାରି ୪୯ ରୁ ଅଧିକ ତାଙ୍କ ନାମରେ ୧୫୦୦ ରୁ ଅଧିକ ରନ୍ କରିଛନ୍ତି। ଗୋଟିଏ ଦିନିକିଆ ମ୍ୟାଚରେ ତାଙ୍କର ସର୍ବାଧିକ ସ୍କୋର ଏକ ପ୍ରଭାବଶାଳୀ ୨୦୮ ରନ୍ ଥିଲା, ଯାହା ତାଙ୍କୁ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଦ୍ୱିଶତକ ହାସଲ କରିବାରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍ କରିଥିଲା ଜ୍ଝ ନ୍ୟୁଜିଲାଣ୍ଡ ବିପକ୍ଷରେ ଜାନୁଆରୀ ୧୮, ୨୦୨୩ ରେ ଏହି ସଫଳତା ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *