Pratidin TV

Odisha's Digital News Platform

କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣାକୁ ଏନକାଉଣ୍ଟର …

କଟକ ; କଟକରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣା ଓରଫ ମଙ୍ଗୁ ଆହତ । କଟକରେ କମିସନରରେଟ ପୁଲିସର ଏନକାଉଣ୍ଟର । ଶୁକ୍ରବାର ରାତିରେ ଘଟିଛି ଏହି ଏନକାଉଣ୍ଟର । ପାର୍ବଣ ଋତୁର ଆରମ୍ଭରେ ଏଭଳି ଏନକାଉଣ୍ଟର ଅପରାଧୀ ମାନଙ୍କ ପାଇଁ ଏକ ଚେତାବନୀ ।

ପାର୍ବଣ ପୁର୍ବରୁ କମିଶନରେଟ ପୋଲିସ, ପେଶାଦାର ଅପରାଧୀ ମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଏହି ଏନକାଉଣ୍ଟର ଅପରାଧ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ଏନକାଉଣ୍ଟରରେ କୁଖ୍ୟତ ଡକାୟତ ମନୋଜ ମହାରଣା ଓରଫ ମଙ୍ଗୁ ଆହତ ହୋଇଛି । ମନୋଜର ବାମଗୋଡ଼ରେ ଗୁଳି ବାଜିଛି ଏବଂ ଆହତ ଅବସ୍ଥାରେ ଏସସିବି କାଜୁଏଲଟିରେ ମନୋଜକୁ ଭର୍ତ୍ତି କରାଯାଇଛି ।

କଟକ ଭାଣପୁର ବାସିନ୍ଦା ମନୋଜ ମହାରଣା ଓରଫ ମଙ୍ଗୁ କନ୍ଦରପୁର ଅଞ୍ଚଳରେ ହୋଇଥିବା ଡକାୟତିରେ ମୁଖ୍ୟ ଅଭିଯୁକ୍ତ ଥିଲା ବୋଲି ସୁଚନା ମିଳିଛି । ଏବଂ ଘଟଣା ପରଠାରୁ ସେ ଫେରାର ଥିଲା । କନ୍ଦରପୁର ଅଞ୍ଚଳରେ ମଙ୍ଗୁ ମହାରଣା ଲୁଚି ରହିଥିବାର ଖବର ପାଇବା ପରେ ପୋଲିସ ସେଠାରେ ରେଡ କରିଥିଲା । ପୋଲିସ ହାତରୁ ଖସିଯିବା ପାଇଁ ସେ ସଦର ଥାନା ଆଇ ଆଇ ସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା । ଫଳରେ ଆତ୍ମ ରକ୍ଷା ପାଇଁ ପୋଲିସ ମଙ୍ଗୁକୁ ଗୁଳି କରିଥିଲା । ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ମନୋଜ ନାଁ ରେ ପୂର୍ଵରୁ ୮ ଟି ମାମଲା ରହିଛି ।

Leave a Reply

Your email address will not be published. Required fields are marked *