Pratidin TV

Odisha's Digital News Platform

କେରଳରେ ନିପା ସଂଙ୍କ୍ରମଣ ବୃଦ୍ଧି ଯୋଗୁଁ ସପ୍ତାହେ ପାଇଁ ବନ୍ଦ ହେଲା ଶିକ୍ଷାନୁଷ୍ଠାନ…

1 min read


ଥିରୁଅନନ୍ତପୁରମ୍‌:ବଢୁଛି ନିପା ସଂଙ୍କ୍ରମଣ । କେରଳରେ ଅସମ୍ଭାଳ ହେଲାଣୀ ସ୍ଥିତି । ସଂଙ୍କମଣରେ ବ୍ରେକ୍ ଲଗାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରୀ । କେରଳ କୋଝିକୋଡେ ଜିଲ୍ଲାରେ କଣ୍ଟେନ ମେଣ୍ଟ ଜୋନ ଘୋଷଣା ହେବା ପରେ ବେଳେ ବର୍ତ୍ତମାନ ସେଠାକାର ସ୍କୁଲ କଲେଜ ଗୁଡିକ ଏକ ସପ୍ତାହ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୪ ତାରିଖ ନପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକରେ ପିଲା ମାନେ ଏକାଠି ହୋଇ ପାରିବେ ନାହିଁ । ସେଥିପାଇଁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଜାରୀ ରହିବ । କାରଣ ନିପା ଭାଇରସ ସଂଙ୍କ୍ରମିତ ମାନଙ୍କ ସଂସ୍ପର୍ଶରେ ଲୋକଙ୍କ ସଂଖ୍ୟା ୧ ହଜାର ୮୦ କୁ ବୃଦ୍ଧି ପାଇଥିବା ବେଳେ ଆହୁରୀ ୧୩୦ ଜଣ ବ୍ୟକ୍ତି ଏଥିିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସଂଙ୍କ୍ରମିତଙ୍କ ସଂସ୍ପର୍ଶରେ ୩୨୭ ଜଣ ସ୍ୱାସ୍ଥ୍ୟକର୍ମୀ ଆସିଥିବା କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଯେଉଁଥିପାଇଁ କୋଝିକୋଡେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦେକ୍ଷପ ନିଆଯାଇଛି ।

ଏହି ଜିଲ୍ଲାକୁ ବାଦ୍ ଦେଲେ କେରଳର ଅନ୍ୟ ଜିଲ୍ଲା ମାନଙ୍କରେ ନିପା ଭାଇରସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୯ ଜଣ ଲୋକ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୱାୟାନାଡରେ ଜଣେ,କନ୍ନୁର ଓ ଥ୍ରୀସୁରର ୩ ଜଣ ଏବଂ ମାଲପୁରାମର ରେ ୨୨ ଜଣ ବ୍ୟକ୍ତି ରହିଛନ୍ତି । ତେବେ ଏହା ବୃଦ୍ଧି ପାଉଥିବାରୁ ନିପା ଭାଇରସ ସଂଙ୍କମିତ ହାର ବଢିବା ଆଶଙ୍କା କରାଯାଉଛି । ତେବେ କେରଳରେ ୬ଜଣ ବ୍ୟକ୍ତି ନିପା ସଂଙ୍କ୍ରମଣର ଶୀକାର ହୋଇଥିବା ବେଳେ ଗତ ଗୁରୁବାର କୋଝିକୋଡେ ଜିଲ୍ଲାର ୨ ଜଣ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଏବଂ ତା’ପର ଦିନ ବା ଶୁକ୍ରବାର ଆଉ ଜଣେ ୩୯ ବର୍ଷିୟ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ତେବେ ନିପା ଭାଇରସ ରୋକ ଲଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ସ୍ଥତି ପରକ୍ଷୀ ଥିିଲେ । ସେଥିପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଡକାଯାଇଥିିଲା । ଏହି ବୈଠକରେ ନିପା ଭାଇରସ ସଂଙ୍କ୍ରମଣକୁ କିପରି ଆୟତ କରାଯାଇପାରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *