Pratidin TV

Odisha's Digital News Platform

ଟ୍ରେନରେ ୨ ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତି ; ଅଭିଯୋଗ ଆଣିଲେ ଟ୍ରେନରେ ହେଉଥିଲା ଦୁର୍ବ୍ୟବହାର….

ବଲାଙ୍ଗୀର ; ବଲାଙ୍ଗୀରରୁ ଆସିଲା ଆଚମ୍ବିତ କଲାଭଳି ଖବର । ଟ୍ରେନରେ ୨ ଯୁବକଙ୍କ ତଣ୍ଟି କାଟିଦେଲେ ଦମ୍ପତ୍ତି । ଏଭଳି ଏକ ଅଭାବନୀୟୟ ଘଟଣା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୁରୀ ଗାନ୍ଧୀଧାମ ଏକ୍ସପ୍ରେସ ଟ୍ରେନରେ ଗତକାଲି ଦୁଇ ଜଣ ଯାତ୍ରୀଙ୍କ ଗଳା କାଟି ହତ୍ୟା ଉଦ୍ୟମ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ରେଳ ସୁରକ୍ଷା ବଳ ଭର୍ତ୍ତି କରିଛି।

ସୂଚନାଅନୁସାରେ ଉକ୍ତ ଟ୍ରେନର ସାଧାରଣ ବଗିରେ ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ବି. ଚନ୍ଦ୍ରଶେଖର ରେଡ୍ଡୀ ସୁରଟ ରୁ ନିଜ ଘରକୁ ଫେରୁଥିବା ବେଳେ ସିକନ୍ଦରାବାଦର ବି. ତ୍ରିନାଥ ଯିଏ କି ଜଣେ ଇଟା ଭାଟି ମାଲିକ କଣ୍ଟାବାଞ୍ଜି ସହର ଆସି ଶ୍ରମିକ ମାନଙ୍କୁ ଅଗ୍ରିମ ଟଙ୍କା ବା ବଇନା ଦେଇ ଟ୍ରେନ ରେ କଣ୍ଟାବାଞ୍ଜି ରୁ ଚଢି ବ୍ରହ୍ମପୁର କୁ ଯାତ୍ରା କରୁଥିଲେ । ତେବେ ସିଟକୁ ନେଇ ବ୍ରହ୍ମପୁର ଅଞ୍ଚଳର ଚଗଲା ନାୟକଙ୍କ ସହ ଯାତ୍ରୀ ତ୍ରିନାଥଙ୍କ ବଚସା ହୋଇଥିଲା । ଏନେଇ ଚଗଲା ଏକ ଧାରୁଆ ଅସ୍ତ୍ରରେ ତ୍ରିନାଥଙ୍କ ତଣ୍ଟିରେ ଆକ୍ରମଣ କରିଥିଲା । ଏହା ଦେଖି ପାଖରେ ଥିବା ଯାତ୍ରୀ ଚନ୍ଦ୍ରଶେଖର ପାଟି କରିବାରୁ ଅଭିଯୁକ୍ତ ଚଗଲା ତାଙ୍କ ବେକରେ ମଧ୍ୟ ଆକ୍ରମଣ କରିଥିଲେ । ମୁରିବାହାଲ ଏବଂ ରଏନଭଟା ରେଳ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିବା ବେଳେ ଟ୍ରେନ ଟି କିଛି ସମୟ ପାଇଁ ଅଟକି ରହିଥିଲା । ପରେ ଘଟଣାର ଖବର ପାଇ ଟିଟିଲାଗଡ଼ ରେଳ ଜଙ୍କସନରେ ରେଳ ସୁରକ୍ଷା ବଳ ଉଭୟ ଆହତଙ୍କୁ ଆଣି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ଅଭିଯୁକ୍ତ ଚଗଲା ଏବଂ ତାଙ୍କ ପତ୍ନୀଙ୍କୁ ଅଟକ ରଖାଯାଇଛି । ଦମ୍ପତି ଙ୍କ କହିବା ଅନୁଯାୟୀ ଜି. ତ୍ରିନାଥ ଓ ତଥା ତାଙ୍କ ସ୍ତ୍ରୀ ମିନତୀ ନାୟକ ଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଆସୁଥିଲେ ସିଟ କୁ ନେଇ । ଯାହାକୁ ନେଇ ସେ ଉତକ୍ଷିପ୍ତ ହୋଇ ବ୍ଲେଡ ରେ ତଣ୍ଟି କାଟି ଥିବା କଥା କହିଛନ୍ତି । ତେବେ ଇଟାଭାଟି ମାଲିକ ଜି.ତ୍ରିନାଥ ଙ୍କ ସହ ରହିଥିବା ତାଙ୍କ ସହଯୋଗୀ ନାଗେଶ୍ୱର ବେହେରା ଙ୍କ ଅଭିଯୋଗ ଯେ ଟ୍ରେନ ଭିତରେ ସେମିତି କିଛି ଘଟଣା ଘଟି ନଥିଲା । ବରଂ ଚଗଲା ନାୟକ ତଥା ତାଙ୍କ ସ୍ତ୍ରୀ ସହ କୌଣସି ଦୁର୍ବ୍ୟବହାର କରିନଥିଲେ ସେମାନେ । ସିଟ ରେ ବସିବାକୁ କହିବାରୁ ସମ୍ପୃକ୍ତ ଯାତ୍ରୀ ଜଣକ ଏକ ଛୁରୀ ସାହାଯ୍ୟ ରେ ତଣ୍ଟି କାଟି ଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଦୁଇ ଯାତ୍ରୀ ଙ୍କ ଵଚଷା ରେ ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳ ର ଜଣେ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଥିବା ଆହତ ମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ।

ତେବେ ସମୃକ୍‌ତ ଘଟଣାରେ କିଏ ସତ ଏବଂ କିଏ ମିଛ କହୁଛି ତାହା ତଦନ୍ତ ପରିସର ଭୁକତ୍ । ପୋଲିସ ସମୃକ୍ତ ମାମଲାତ୍ତେଦନ୍ତ କରିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *