Pratidin TV

Odisha's Digital News Platform

କ’ଣ ଏହି ଓଜୋନ୍ ସ୍ତର, ଜାଣନ୍ତୁ ଏହା ପୃଥିବୀକୁ କିପରି ଦେଇଥାଏ ସୁରକ୍ଷା..

1 min read



ଆଜି ବିଶ୍ୱ ଓଜୋନ ଦିବସ । କ’ଣ ଏହି ଓଜନ ଦିବସ ଆପଣ ମାନେ ଜାଣନ୍ତି କି? ଓଜୋନ୍ ସ୍ତର ହେଉଛି ପୃଥିବୀର ବାୟୁମଣ୍ଡଳରେ ଗ୍ୟାସର ଏକ ପତଳା ସ୍ତର । ଯାହା ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀକୁ ଅବଶୋଷଣ କରି ଗ୍ରହକୁ ସୁରକ୍ଷା ଦେଇଥାଏ, ଏବଂ ପୃଥିବୀର ସମସ୍ତ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ପୃଥିବୀରେ ସମସ୍ତ ଜୀବ ଜଗତ ପାଇଁ ସୂର୍ଯ୍ୟାଲୋକର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ । ଏଥିରୁ ଆମେ ଆଲୋକ, ଉତ୍ତାପ ଓ ଭିଟାମିନ-ଡି ପାଇଥାଉ । ଯାହାକି ବୃକ୍ଷଲତାରେ ଫୁଲ-ଫଳ ତିଆରି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଅର୍ଥାତ୍ ଆମେମାନେ ଯେଉଁ ପନିପରିବା ଖାଉଛନ୍ତି ସେସବୁ ପ୍ରସ୍ତୁତ ପାଇଁ ଉଦ୍ଭିଦ ପତ୍ୟକ୍ଷ ଭାବେ ସୂର୍ଯ୍ୟାଲୋକ ଉପରେ ନିର୍ଭର କରେ । କିନ୍ତୁ ଏହି ସୂର୍ଯ୍ୟାଲୋକରେ ରହିଛି ଏକ କ୍ଷତିକାରକ ଅତିବାଇଗଣୀ ରଶ୍ମି । ଏହି ହାନିକାରକ ଅତିବାଇଗଣୀ ରଶ୍ମୀକୁ ଅଲଟ୍ରାଭାୟୋଲେଟ୍ ରେଡିଏସନ ବା ଅତିବାଇଗଣୀ ରଶ୍ମି ବୋଲି କୁହାଯାଏ । ଯେତେବେଳେ ଅଲଟ୍ରାଭାଓଲେଟ୍ ରେଡିଏସନ ଓଜୋନ୍ ସ୍ତର ଉପରେ ପଡ଼େ, ଓଜୋନ୍ ଅଣୁଗୁଡ଼ିକ ଭାଙ୍ଗି ଗୋଟିଏ ଅମ୍ଳଜାନ ଅଣୁ ଏବଂ ଏକ ମୁକ୍ତ ଅମ୍ଳଜାନ ପରମାଣୁ ସୃଷ୍ଟି କରନ୍ତି, ଯାହା ଓଜୋନ ସୃଷ୍ଟି କରନ୍ତି । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀକୁ ଅବଶୋଷଣ କରି ଗ୍ରହକୁ ସୁରକ୍ଷା ଦେଇଥାଏ, ଏବଂ ପୃଥିବୀର ସମସ୍ତ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।


କିନ୍ତୁ ମାନବ ଜାତିର କାର୍ଯ୍ୟ କଳାପ ପାଇଁ ଓଜନ ସ୍ତର ଧିରେ ଧିରେ ନଷ୍ଟ ହୋଇଯାଉଛି । କାରଣ ଓଜୋନ୍‌-ହ୍ରାସକାରୀ ପଦାର୍ଥ ଯେପରିକି ଏୟାର କଣ୍ଡିସନର, ରେଫ୍ରିଜରେଟର ଏବଂ ଏରୋସୋଲ୍ କ୍ୟାନ୍‌, ଓଜୋନ୍ ସ୍ତରକୁ ନଷ୍ଟ କରିଦିଏ । ଆଉ ଏହା ଛିଦ୍ର ହୋଇ ଅତିବାଇଗଣୀ ରଶ୍ମୀ ସିଧାସଳଖ ପୃଥିବୀ ଉପରେ ପଡିଥାଏ । ଅନେକ ସମୟ ପର୍ଯ୍ୟନ୍ତ ଏହି ରଶ୍ମୀ ସଂସ୍ପର୍ଶରେ ଆସିବା ଦ୍ୱାରା ମଣିଷ ପାଇଁ ଏହା ବିପଦ ସୃଷ୍ଠି କରେ । ଯେଉଁଥିପାଇଁ ଚର୍ମ କର୍କଟ, ଚକ୍ଷୁ ରୋଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । କେବଳ ମଣିଷ ନୁହେଁ ଅଧିକାଂଶ ପ୍ରାଣୀ, ଉଦ୍ଭିଦ ପାଇଁ ମଧ୍ୟ ଏହା କ୍ଷତି ପହଞ୍ଚାଇଥାଏ ।

Advertisement

Leave a Reply

Your email address will not be published. Required fields are marked *