Pratidin TV

Odisha's Digital News Platform

କିଏ ସେହି ପକ୍ଷୀ ଯିଏ ଦିଏ ସବୁଜ ରଙ୍ଗର ଅଣ୍ଡା ? ଆସନ୍ତୁ ଜାଣିବା..

1 min read

ସମସ୍ତେ ଧଳା ଏବଂ ସାମାନ୍ୟ ଲାଲ ରଙ୍ଗର ଅଣ୍ଡା ନିଶ୍ଚୟ ଦେଖିଥିବେ । ଅଣ୍ଡାର ରଙ୍ଗ ଧଳା ଥିବା ବେଳେ ଲାଲ ଅଣ୍ଡାକୁ ଲୋକେ ଦେଶୀ ଅଣ୍ଡା କହିଥାନ୍ତି । ହେଲେ ସବୁଜ ଅଣ୍ଡା କଥା ଆପଣମାନେ କେବେ ଶୁଣିଛନ୍ତି । କାରଣ ଏଭଳି ରଙ୍ଗର ଅଣ୍ଡ ଏତେ ସହଜରେ ମିଳେ ନାହିଁ । କିନ୍ତୁ ଆପଣ କେବେ ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ସବୁଜ ରଙ୍ଗର ଅଣ୍ଡା କଥା ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି ଏକ ସବୁଜ ଅଣ୍ଡା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଅଧିକାଂଶ ଲୋକ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପ୍ରସ୍ତୁତିରେ ମଧ୍ୟ ଅଣ୍ଡା ବ୍ୟବହାର ହୋଇଥାଏ । ଜଣେ ବ୍ୟକ୍ତି ନିଜ ଖାଦ୍ୟରେ ସର୍ବାଧିକ ୪ ରୁ ୫ ଟି ଅଣ୍ଡା ଖାଇ ପାରିଥାଏ । କିନ୍ତୁ ଏହି ସବୁଜ ରଙ୍ଗର ଅଣ୍ଡା ଏତେ ବଡ଼ ଯେ ଆପଣଙ୍କ ପୂରା ପରିବାର ଏହାକୁ ଖାଇ ପାରିବ । ତେବେ ଏହି ସବୁଜ ଅଣ୍ଡା କେଉଁ ପକ୍ଷୀର ଆପଣଙ୍କ ଜାଣିଛନ୍ତି କି? ଅଣ୍ଡାଦେଖି ଆପଣଙ୍କମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରିଥିବ । ଏଭଳି ଅଣ୍ଡା ବିଷୟରେ ହୁଏତ ପୂର୍ବରୁ କେବେ ଶୁଣି ନଥିବେ । ତେବେ ଏହି ଅଣ୍ଡା ବିଷୟରେ କିଛି ରୋଚକ ତଥ୍ୟ ଆଜି ଜାଣନ୍ତୁ ।

ଆଜ୍ଞ ହଁ ଏହି ସବୁଜ ଅଣ୍ଡା ହେଉଛି ଏମୁ ପକ୍ଷୀର । ଏହି ପକ୍ଷୀ ଠି ସବୁଜ ରଙ୍ଗର ଅଣ୍ଡା ଦେଇଥାଏ ଯେଉଁଥିରୁ ଛୁଆ ଫୁଟିଥାଏ । ଏହି ଅଣ୍ଡା ଆକାରରେ ବହୁତ ବଡ ଏବଂଏହା ସ୍ୱାଦିଷ୍ଟ ମଧ୍ୟ ଅଟେ । ସୁନ୍ଦର ଏବଂ ସବୁଜ ରଙ୍ଗ ପାଇଁ ଏମୁ ଅଣ୍ଡା ବେଶ ଜଣାଶୁଣା । ଏହି ଅଣ୍ଡାର ଚୋପାକୁ ମଧ୍ୟ ସଂରକ୍ଷିତ କରି ରଖାଯାଇ ପାରିବ । ଗୋଟିଏ ଧଳା ଅଣ୍ଡା ରାନ୍ଧିବା ପାଇଁ ପ୍ରାୟ ୧୦ ମିନିଟ ସମୟ ଲାଗୁଥାଏ । କିନ୍ତୁ ଏମୁ ଅଣ୍ଡାକୁ ରାନ୍ଧିବା ପାଇଁ ଅଧିକ ସମୟ ଲାଗିଥାଏ । କାରଣ ସେଗୁଡ଼ିକ ଆକାରରେ ବଡ଼ ଥାଏ । ଏହି ସବୁଜ ରଙ୍ଗର ଅଣ୍ଡାକୁ ଫୁଟାଇ କିମ୍ବା ଓମଲେଟ୍ କରି ମଧ୍ୟ ଖାଇପାରିବେ । ଗୋଟିଏ ଏମୁ ଅଣ୍ଡାକୁ ପାଖାପାଖି ୫ରୁ୬ ଜଣ ଲୋକ ଏକାଥରକେ ଖାଇ ପାରିବେ । ଏକ ଏମୁ ଅଣ୍ଡାର ଓଜନ ୫୦୦ ଗ୍ରାମରୁ ଏକ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ ।

Advertisement

Leave a Reply

Your email address will not be published. Required fields are marked *