Pratidin TV

Odisha's Digital News Platform

ନାବାଳିକାର ଅପହରଣର ନାଟକରେ ନାକେଦମ ହେଲା ପୋଲିସ…

1 min read


ରାଜକୋଟ:ସାଧାରଣତଃ କିଛି ପିଲାମାନେ ପାଠ ପଢିବା ପାଇଁ ଅମଙ୍ଗ ହୁଅନ୍ତି ଏବଂ ବିଦ୍ୟାଳୟକୁ ନଯାଇ ଏଣେତେଣେ ଯାଇ ଲୁଚନ୍ତି । ପରେ ଘରଲୋକ ବୁଝାଇ ସୁଝାଇ ତାଙ୍କୁ ସ୍କୁଲ ରେ ଛାଡୁଥିିଲେ । ହେଲେ ପାଠ ପଢା ଚାପରେ ଜଣେ ନାବାଳକ ଏପରି କିଛି କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ହଁ ଆଜ୍ଞା ଗୁଜୁରାଟରେ, ଜଣେ ୧୦ ବର୍ଷର ଛାତ୍ରୀ ପାଠ ପଢା ବାହାନରେ ନିଜକୁ ନିଜେ ଅପହରଣ କରିଥିଲା । ତାକୁ ଦିଆଯାଇଥିବା ହୋମୱାର୍କ ନ କରିବାର ବାହାନା କରି ନିଜକୁ ଅପହରଣ କରିଥିବା ନାଟକ ରଚିଥିଲା । ଏହି ଖବର ଭାଇରାଲ ହେବା ପରେ ଘଟଣାଟି ଗୁଜରାଟର ବୋଲି ଜଣାପଡିଛି ।

Advertisement

ସୂଚନା ମୁତାବକ ଶୁକ୍ରବାର ନାବାଳିକା ଜଣକ ତାଙ୍କ ବାପାଙ୍କ ସହ ପୋଲିସ ଷ୍ଟେଶନରେ ପହଞ୍ଚି ଅଭିଯୋଗ ଆଣିଥିଲେ । ଅଭିଯୋଗରେ ସେ କହିଥିଲେ ଯେ ସେ ସକାଳେ ଟ୍ୟୁସନକୁ ଯିବା ବେଳେ କିଛି ଅପହରଣକାରୀ ମାନେ ଉଠାଇ ନେଇଥିଲେ । ପରେ ସେମାନେ ଆଉ ଗୋଟେ ଝିଅକୁ ରେଳ ବ୍ରିଜ ତଳେ ଛାଡି ଦେଇଥିବା ବେଳେ ତାଙ୍କୁ ମଧ୍ୟ ରେଳ ଷ୍ଟେଶନ ଆଡକୁ ନେଇ ଯାଇଥିଲେ । ତେବେ ନାବାଳିକା ମୁହଁରୁ ଏପରି ଶୁଣିବା ପରେ ପୋଲିସ ଅପହରଣକାରୀଙ୍କୁ ଖୋଜିବା ପାଇଁ ପୋଲିସ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା । ସମସ୍ତ ପୋଲିସ ଷ୍ଟେଶନକୁ ସତର୍କ କରାଇଥିଲା ଏବଂ ଅନେକ ରାସ୍ତାରେ ଯାନବାହନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା ।ଖାଲି ସେତିକି ନୁହେଁ ନାବାଳିକାର ଅଭିଯୋଗ ପାଇ କ୍ରାଇମ ବ୍ରାଞ୍ଚର ବରିଷ୍ଠ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ଝିଅଟି କହିଥିବା ସ୍ଥାନର ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିଥିଲେ । ହେଲେ ଫୁଟେଜରେ ଝିଅଟି ଚାଲୁଥିବାର ଦେଖାଯାଇଥିଲା କିନ୍ତୁ ତାଙ୍କ ଚାରିପାଖରେ କୌଣସି ସନ୍ଦେହଜନକ ଗାଡି ଦେଖାଯାଇ ନ ଥିଲା । ପରେ ପୋଲିସ ଟିମ ଫେରି ତାଙ୍କ ବାପାମାଆ ଏବଂ ମହିଳା ପୋଲିସଙ୍କ ଉପସ୍ଥିତିରେ ଝିଅ ସହିତ କଥା ହେବା ପରେ ସତ୍ୟାସତ୍ୟ ଜଣାପଡିଥିଲା । ଝିଅଟି କ୍ରୋଧିତ ହୋଇ କହିଥିଲା ଯେ ସେ ଟ୍ୟୁସନକୁ ଯିବାକୁ ଚାହୁଁନଥିିଲା ବୋଲି, କିନ୍ତୁ ତାଙ୍କ ମା ତାଙ୍କୁ ସବୁବେଳେ ପାଠପଢ଼ିବାକୁ ବାଧ୍ୟ କରିବାରୁ ନାବାଳିକା ଝିଅ ଅପହରଣର ଏକ ନାଟକ ରଚନା କରିଥିଲା ।

Leave a Reply

Your email address will not be published. Required fields are marked *