Pratidin TV

Odisha's Digital News Platform

(ଭିଡ଼ିଓ)ଆଖି ବୁଜିଲେ ବିଜୁ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ଗୀତା ମେହେଟ୍ଟା; ଦୀର୍ଘ ଦିନ ହେଲା ଥିଲେ ଅସୁସ୍ଥ

1 min read

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ସେ ଜଣେ ବିଶିଷ୍ଟ ଲେଖିକା ଥିଲେ । ଆଜି ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଗୀତା ମେହେଟ୍ଟା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ବାବୁଙ୍କ ଏକମାତ୍ର ଝିଅ । ପୂର୍ବରୁ ଗୀତାଙ୍କ ସ୍ୱାମୀଙ୍କ ମଧ୍ୟ ପରଲୋକ ହୋଇସାରିଛି । ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନୀ ମେହେଟ୍ଟାଙ୍କ ୨୦୧୯ରେ ପରଲୋକ ହୋଇଥିଲା । ଦୀର୍ଘ ଦିନ ଧରି ଗୀତା ଅସୁସ୍ଥ ଥିଲେ । ଏଥିପାଇଁ ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ପରଲୋକ ହୋଇଛି । କହିବାକୁ ଗଲେ ଗୀତା ମେହେଟ୍ଟା ଜଣେ ପ୍ରଖ୍ୟାତ ଲେଖିକା ଓ ସାମ୍ବାଦିକା ଥିଲେ । ଡକୁମେଣ୍ଟାରୀ ଫିଲ୍ମ ବି ତିଆରି କରିଛନ୍ତି । ଆମେରିକାର ପ୍ରଖ୍ୟାତ ପ୍ରକାଶକ ସ୍ୱର୍ଗତ ସୋନି ମେହେଟ୍ଟାଙ୍କୁ ସେ ବିବାହ କରିଥିଲେ ।ଭାରତ ଓ ୟୁକେର କ୍ରେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ତାଙ୍କର ପାଠପଢା ହୋଇଥିଲା । ଗୀତା ମେହେଟ୍ଟା ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନା ଲେଖିକା ଥିଲେ । ତାଙ୍କ ଲିଖିତ ପୁସ୍ତକଗୁଡିକ ହେଲା-ଏ ରିଭର ସୁତ୍ର, ଦି ଇଟରନାଲ ଗଣେଶ, ସ୍ନେକ ଆଣ୍ଡ ଲାଡର୍ସ ଓ କର୍ମ କୋଲା ।

ଗୀତା ମେହେଟ୍ଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ସେହିପରି ଗୀତାଙ୍କ ପରଲୋକରେ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି । ୧୯୪୩ ମସିହାରେ ଦିଲ୍ଲୀରେ ଜନ୍ମିତ ଗୀତା ବ୍ରିଟେନ, ୟୁରୋପ ଓ ଆମେରିକା ନେଟୱାର୍କ ପାଇଁ ୧୪ଟି ଡକ୍ୟୁମେଂଟାରୀ ଫିଲ୍ମ ପ୍ରଯୋଜନା କରିଛନ୍ତି । ଗୀତାଙ୍କ ଲିଖିତ ବହିଗୁଡ଼ିକ ପ୍ରାୟ ୨୧ଟି ଭାଷାରେ ଟ୍ରାନ୍ସଲେଟ୍ ହୋଇଛି ଓ ୟୁରୋପ, ଆମେରିକା ଓ ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ ଭାବେ ପରିଗଣିତ ହୋଇଥିଲା ।

Advertisement

ସୂଚନାମୁତାବକ, ୧୯୬୫ ମସିହାରେ ସେ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ । ୨୦୧୯ ମସିହାରେ ଗୀତା ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇ ଚର୍ଚ୍ଚାରେ ରହିଥିଲେ । ତାଙ୍କର ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି । ଶ୍ରୀ ମେହେଟ୍ଟା ଆସନ୍ତାକାଲି ଦିଲ୍ଲୀରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ଶେଷଦର୍ଶନ ପାଇଁ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଆଜି ସକାଳୁ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । ସେଠାରେ ରହି ତାଙ୍କ ଶେଷକୃତ୍ୟ ଆଦିର ତଦାରଖ କରିବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *