Pratidin TV

Odisha's Digital News Platform

ଆଜି ପବିତ୍ର ବିଶ୍ୱକର୍ମା ପୂଜା; ଦେବତାଙ୍କ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ଦେବଶିଳ୍ପୀ ବିଶ୍ୱକର୍ମା

1 min read

ଭୂବନେଶ୍ୱର : ଆଜି ବିଶ୍ୱକର୍ମା ପୂଜା । ସମସ୍ତ ଶିଳ୍ପ ଏବଂ ଶିଳ୍ପୀଙ୍କ କୂଳଦେବତା ହେଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା । ଆଜିର ଦିନରେ ପୁରା ଦେଶରେ ବିଶ୍ୱକର୍ମା ପୂଜା ପାଳନ କରାଯାଏ । ଏହି ଦେବାତାଙ୍କ ପୂଜାକୁ ନେଇ ଓଡିଶାର ପୁର ପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୁଜା ପାଳନ କରାଯାଇଥାଏ । ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ପୃଥିବୀରେ ଆର୍ବିଭୂତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା । ଦିବ୍ୟ ବସ୍ତ୍ର ପରିହିତ,ନାନାଦି ରତ୍ନାଳଙ୍କାରେ ବିଭୂଷିତ ଥାନ୍ତି ବିଶ୍ୱକର୍ମା । ସେ ହେଉଛନ୍ତି ମହାଜ୍ଞନୀ ।ଅତ୍ୟନ୍ତ ସୁନ୍ଦର ,ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରିଥିଲେ । ସେ ସକଳ ଶିଳ୍ପକଳାର ଜନକ । ପ୍ରାଚୀନ କାଳରେ ମନ୍ଦିର, ଦେବତାମାନଙ୍କର ପ୍ରସାଦ ଓ ଅସ୍ତ୍ରଶସ୍ତ୍ର ଇତ୍ୟାଦି ନିର୍ମାଣ କରିଥିଲେ ବିଶ୍ୱକର୍ମା ।

ମାନ୍ୟତା ଅନୁସାରେ ଦୁନିଆର ପ୍ରଥମ ଇଞ୍ଜିନିୟର ଭଗବାନ ବିଶ୍ୱକର୍ମା । ତାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିଥାଏ । ଧନ ସମ୍ପତ୍ତିର ଅଭାବ ମଧ୍ୟ ରହିନଥାଏ । ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କରେ କନ୍ୟା ସଂକ୍ରାନ୍ତିରେ ବିଶ୍ୱକର୍ମା ପୂଜା କରାଯାଏ । ସ୍ୱର୍ଗର ଅମରାବତୀ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ । ବଢ଼େଇ, ନିର୍ମାତା ଓ କାରିଗରମାନେ ନିଜ ନିଜ ଘରେ ବିଶ୍ୱକର୍ମାଙ୍କୁ ଏ ଅବସରରେ ପୂଜା କରନ୍ତି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିକୁ ଶୁଦ୍ଧପୁତ କରି ଏହି ଦିନ ପୂଜା କରାଯାଏ । ସେଥିପାଇଁ ବିଶ୍ୱକର୍ମା ପୂଜା ଉପଲକ୍ଷେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ଥାଏ ।

Advertisement

Leave a Reply

Your email address will not be published. Required fields are marked *