Pratidin TV

Odisha's Digital News Platform

ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଶ୍ରୀଲଙ୍କା ଘାୟଲ,ଗଲାଣି ୭ ୱିକେଟ୍‌

1 min read

କଲମ୍ବୋ : ଆରମ୍ଭ ହୋଇଯାଇଛି ଏସିଆ କପ ୨୦୨୩ ଫାଇନାଲ । ଚାଲିଛି ହାଇଭୋଲଟେଜ ଲଢେଇ । ଟସ ଜିତି ବ୍ୟାଟିଂ ଆରମ୍ଭ କରିଛି ଶ୍ରଲଙ୍କା । ଯାହାଫଳରେ ବୋଲିଂ କରୁଛି ଭାରତ । ତେବେ ବ୍ୟଟିଂ ଆରମ୍ଭ ରୁ ହିଁ ଶ୍ରୀଲଙ୍କାର ବିପର୍ଯ୍ୟୟ ପରିସ୍ଥିତି ଦେଖିବାକୁ ମିଳିଛି । ଫୁଲ ଫର୍ମରେ ରହଇଚି ଭାରତୀୟ ବୋଲର । ସିରାଙ୍କ ଘାତକ ବୋଲିଂ । ମାତ୍ର ୫ ଓଭର ୭ଟି ୱାକେଟ ହରାଇ ସାରିଲେଣି ଶ୍ରୀଲଙ୍କା । ସଙ୍କଟରେ ଏବେ ଶ୍ରୀଲଙ୍କା ଟିମ । ଗୋଟିଏ ଓଭରରେ ୪ଟି ୱିକେଟ ନେଇଛନ୍ତି ମହମ୍ମଦ ସିରାଜ । ମ୍ୟାଚର ୪ର୍ଥ ଓଭରରେ ୪ଜଣ ଖେଳାଳିଙ୍କୁ ହରାଇ ସାରିଥିଲା ଶ୍ରୀଲଙ୍କା । ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ଅବସ୍ଥା ଖରାପ କରିଛି ଭାରତ । ଦ୍ରୁତ ବୋଲର ମହମ୍ମଦ ସିରାଜ ଙ୍କ ଚମତ୍କାର ବୋଲିଂରେ ଶ୍ରୀଲଙ୍କାର ଅବସ୍ଥା ଖରାପ ହୋଇ ପଡିଛି । ଆଶ୍ଚର୍ଯ୍ୟଜନକ କଥା ହେଲା ମହମ୍ମଦ ସିରାଜ ଗୋଟିଏ ଓଭରରେ ୪ ୱିକେଟ୍ ନେଇଥିଲେ ।ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ବ୍ୟାଟିଂ କରିବାକୁ ପସନ୍ଦ କରିଥିଲା କିନ୍ତୁ ଏହି ନିଷ୍ପତ୍ତି ଭୁଲ ବୋଲି ପ୍ରମାଣିତ ହୋଇଥିଲା । ଭାରତ ପ୍ରଥମ ଓଭରରେ ଶ୍ରୀଲଙ୍କାକୁ ଚକିତ କରିଥିଲା ଏବଂ ଜସପ୍ରୀତ ବୁମ୍ରା ନିଜେ ତୃତୀୟ ବଲରେ କୁସାଲ ପେରେରାଙ୍କୁ ଆଉଟ କରିଥିଲେ । କିନ୍ତୁ ମହମ୍ମଦ ସିରାଜ ପ୍ରକୃତ ହଇଚଇ ସୃଷ୍ଟି କରିଥିଲେ, ସେ ଦ୍ୱିତୀୟ ଓଭରରେ ଏବଂ ଚତୁର୍ଥ ଓଭରରେ ଚାରିଟି ୱିକେଟ୍ ନେଇଥିଲେ । କେବଳ ଏତିକି ନୁହେଁ, ସେ ମୋଟ ୧୦ ବଲରେ ୫ ୱିକେଟ୍ ନେଇ ଶ୍ରୀଲଙ୍କାକୁ ପଛ ପାଦରେ ଠେଲି ଦେଇଥିଲେ ।

ମହମ୍ମଦ ସିରାଜ ଏଠାରେ ଅଟକି ନଥିଲେ, ଇନିଂସର ଷଷ୍ଠ ଓଭରରେ ସେ ଶ୍ରୀଲଙ୍କାକୁ ଆଉ ଏକ ଝଟକା ଦେଇଥିଲେ । ସିରାଜ ତାଙ୍କର ପ୍ରଥମ ୩ ଓଭରରେ ୬ ୱିକେଟ୍ ନେଇଥିଲେ ଏବଂ ଏଥିପାଇଁ ସେ ମାତ୍ର ୫ ରନ୍ ଦେଇଥିଲେ । ମହମ୍ମଦ ସିରାଜ ବର୍ତ୍ତମାନ ଦିନିକିଆ ର଼୍ୟାଙ୍କିଙ୍ଗରେ ନବମ ବୋଲର, ସେ ର଼୍ୟାଙ୍କିଙ୍ଗର ଟପ୍ -୧୦ ରେ ଏକମାତ୍ର ଭାରତୀୟ ବୋଲର ଅଟନ୍ତି ।ଏହା ସହ ମହମ୍ମଦ ସିରାଜ ମଧ୍ୟ ଦିନିକିଆ କ୍ରିକେଟରେ ୫୦ ଟି ୱିକେଟ୍ ପୂରଣ କରିଛନ୍ତି । ମହମ୍ମଦ ସିରାଜ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ୨୯ ଟି ମ୍ୟାଚ୍ ଖେଳିଛନ୍ତି ଏବଂ ତାଙ୍କ ନାମରେ ୫୨ ୱିକେଟ୍ ନେଇଛନ୍ତି । ଦିନିକିଆ କ୍ରିକେଟରେ ସିରାଜ ପ୍ରଥମ ଥର ପାଇଁ ୬ ୱିକେଟ୍ ନେଇଛନ୍ତି । ୨୯ ବର୍ଷୀୟ ମହମ୍ମଦ ସିରାଜ ୨୧ ଟି ଟେଷ୍ଟ ମ୍ୟାଚରେ ୫୯ ୱିକେଟ୍ ଏବଂ ୮ ଟି -୨୦ ମ୍ୟାଚରେ ୧୧ ୱିକେଟ୍ ନେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *